ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀରର ପ୍ରସଙ୍ଗ ଭାରତର ଅନ୍ତରୀଣ ସୁରକ୍ଷା ସହ ଯୋଡି: ସୁଷମା

ଆବୁଧାବିଠାରେ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍ (ଓଆଇସି) ଆୟୋଜିତ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କହିଛନ୍ତି ଜମ୍ମୁ-କାଶ୍ମୀର ଭାରତ ଅଭିନ୍ନ ଅଙ୍ଗ । ଏହି ମୁଦ୍ଦା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ମାମଲା ଅଟେ । ଏହି ପ୍ରସଙ୍ଗ ଭାରତର ଅନ୍ତରୀଣ ସୁରକ୍ଷା ସହ ଯୋଡି ହୋଇ ରହିଛି ।

By

Published : Mar 3, 2019, 3:22 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆବୁଧାବିଠାରେ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍ (ଓଆଇସି) ଆୟୋଜିତ ସମ୍ମିଳନୀର ଆଲୋଚିତ ଏକ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛି ଭାରତ । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କହିଛନ୍ତି ଜମ୍ମୁ-କାଶ୍ମୀର ଭାରତ ଅଭିନ୍ନ ଅଙ୍ଗ । ଏହି ମୁଦ୍ଦା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ମାମଲା ଅଟେ । ଏହି ପ୍ରସଙ୍ଗ ଭାରତର ଅନ୍ତରୀଣ ସୁରକ୍ଷା ସହ ଯୋଡି ହୋଇ ରହିଛି ।

ଏହାସହ ଏହି ସମ୍ମିଳନୀରେ ସୁଷମା ଆତଙ୍କବାଦୀ ପ୍ରସଙ୍ଗରେ ବିଭିନ୍ନ ଦେଶର ପ୍ରତିନିଧିଙ୍କ ଆଲୋଚନା କରିବା ସହ ପାକିସ୍ତାନକୁ ପରୋକ୍ଷରେ ଅନେକ ମାମଲାରେ ଟାର୍ଗେଟ କରିଛନ୍ତି । କାଶ୍ମୀର ମାମଲାରେ ପାକିସ୍ତାନ ମୁଣ୍ଡ ଖେଳାଉଥିବା ସେ କହିଛନ୍ତି । ଏହି ସମ୍ମିଳନାରେ ସୁଷମା ଆହୁରି କହିଛନ୍ତି ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଅଯଥା ହସ୍ତକ୍ଷେପ କରୁଛି । ଏହାସହ ଘାଟିରେ ଅସ୍ଥିରତା ଓ ଆଶାନ୍ତି ପାଇଁ ପାକିସ୍ତାନ ଅନେକାଂଶରେ ଦାୟୀ ବୋଲି ସେ ଆରୋପ ଲଗାଇଛନ୍ତି ।

ଓଆଇସିରେ ସାମିଲ ହୋଇଥିବା ଦେଶର ସମସ୍ତ ବୈଦେଶିକ ମନ୍ତ୍ରୀଙ୍କ ମିଳିତରେ ଏହି ବୈଠକ ହୋଇଛି । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି, 'ଜମ୍ମୁ-କାଶ୍ମୀର ଉପରେ ଦେଇଥିବା ପ୍ରସ୍ତାବ ପ୍ରସଙ୍ଗରେ ଆମର ସ୍ଥିତି ଅଟଳ ଏବଂ ଏସମ୍ପର୍କରେ ଆମେ ପୂର୍ବରୁ ପରିଚିତ । ତେଣୁ ଆମେ ଆଜି ଜୋର ଦେଇ କହୁଛୁ ଜମ୍ମୁ-କାଶ୍ମୀର ଭାରତ ଅଭିନ୍ନ ଅଙ୍ଗ । ଏହି ପ୍ରସଙ୍ଗ ଭାରତର ଅନ୍ତରୀଣ ସୁରକ୍ଷା ସହ ଯୋଡି ।'

ଓଆଇସିର 48ତମ ବୈଠକରେ ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ ସମର୍ଥନ ମିଳିଥିବା, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୂଚନାଥାଉକି ଓଆଇସିର 57ଟି ଦେଶ ଥିବାବେଳେ ଅଧିକାଶଂ ମୁସଲିମ ରାଷ୍ଟ୍ର ଅଛନ୍ତି ।

For All Latest Updates

ABOUT THE AUTHOR

...view details