ଡେରାଡୁନ: ସାରା ଦେଶରେ ମାର୍କାଜରୁ ଆସିଥିବା ଲୋକଙ୍କ ଅବହେଳା କୋରୋନା ସଂକ୍ରମଣର ଆଶଙ୍କା ବଢେଇ ଦେଇଛି। ସେମାନଙ୍କର ଅବହେଳା ହେତୁ କୋରୋନା ସଂକ୍ରମଣ ସମଗ୍ର ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଉତ୍ତପ୍ରଦେଶ ପରେ ଏବେ ଡେରାଡୁନର ଡୁନ୍ ମେଡିକାଲ କଲେଜରୁ ସମାନ କେରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଅସଦାଚରଣ ମାମଲା ସାମ୍ନାକୁ ଆସିଛି। ତେବେ ପୋଲିସର କଠୋରତା ପରେ ବର୍ତ୍ତମାନ ସେମାନେ ସ୍ଥିର ଅଛନ୍ତି ।
ତେବେ କୋରୋନା ସଂକ୍ରମିତ ଏବଂ ମାର୍କାଜ ସନ୍ଦିଗ୍ଧମାନଙ୍କୁ ଡୁନ୍ ମେଡିକାଲରେ ରଖାଯାଇଛି । ଏଠାରେ ଜାଣିବାକୁ ମିଳିଛି ଯେ, ମାର୍କାଜ ସନ୍ଦିଗ୍ଧ ଖାଦ୍ୟ ପରସ୍ପରଠୁ ଛଡାଇ ନେଉଛନ୍ତି। କେବଳ ଏତିକି ନୁହେଁ, ଏହି ଲୋକମାନେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଅସଦାଚରଣ କରୁଛନ୍ତି। କୁହାଯାଉଛି ଯେ ଏହି ଲୋକମାନେ କ୍ୟାଣ୍ଟିନ ସମୟରେ ମଧ୍ୟ ସାମାଜିକ ଦୂରତା ବଜାୟ ରଖନ୍ତି ନାହିଁ । ଏହା ସହିତ ଯେକୌଣସି ସ୍ଥାନରେ ବି ଛେପ ପକାଉଛନ୍ତି ଓ ଡାକ୍ତରଙ୍କ ପରାମର୍ଶକୁ ଅନୁସରଣ କରୁନାହାଁନ୍ତି ।