ଓଡିଶା

odisha

ETV Bharat / bharat

ବାଘ ଛାଲ ଜବତ, ଜଣେ ଭୁଟାନ ନାଗରିକ ଗିରଫ - ବାଘ ଛାଲ ଚାଲାଣ

ବିଦେଶକୁ ବାଘ ଛାଲ ଚାଲାଣ ଅଭିଯୋଗରେ ଜଣେ ଭୁଟାନ ନାଗରିକକୁ ଗିରଫ କରିଛି ଜଲପାଇଗୁରି ବନଖଣ୍ଡ ଅଧିକାରୀ ଓ କୋଲକାତା ପୋଲିସ । ଏହା ସହିତ ଉକ୍ତ ଯୁବକଙ୍କ ଠାରୁ ଏକ 11 ଫୁଟ ଲମ୍ବର ଏକ ବାଘ ଛାଲ ମଧ୍ୟ ଜବତ କରିଛି ପୋଲିସ । ତେବେ ଗିରଫ ପରେ ପୋଲିସ ବନ କର୍ମଚାରୀ ଜେରା କରିଥିଲେ । ଜେରା ପରେ ଉକ୍ତ ଯୁବକଙ୍କୁ ଭୁଟାନ ସୈନ୍ୟଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@ANI

By

Published : Sep 9, 2019, 1:21 PM IST

କୋଲକାତା: ବାଘ ଛାଲ ଚାଲାଣ ଅଭିଯୋଗରେ କୋଲକାତା ପୋଲିସ ଜଣେ ଭୁଟାନ ନାଗରିକଙ୍କୁ ଗିରଫ କରିଛି । ଉକ୍ତ ଯୁବକଙ୍କ ଠାରୁ 11 ଫୁଟ ଲମ୍ବାର ବାଘଛାଲ ମଧ୍ୟ ଜବତ କରିଛି । ତେବେ ଗିରଫ ହୋଇଥିବା ଯୁବକ ଜଣକଙ୍କ ପରିଚୟ ଡ' ସେରୀ ଡୋୟା ଓ ସେ ଭୁଟାନର ଡୋରୋଖା ଅଞ୍ଚଳର ବୋଲି ଜଣାପଡ଼ିଛି । ସେରୀକୁ ଅଲ୍ଲିପୁରଦୁଆର ଜିଲ୍ଲାର ହାସିମରା ଅଞ୍ଚଳରୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ମୁତାବକ ସେରୀ ଦୀର୍ଘ ଦିନରୁ ଏହି ବାଘ ଛାଲ ଚାଲାଣ କରିଆସୁଥିବା ନେଇ ସୂଚନା ରହିଥିଲା । ନିକଟରେ ସେ ସିଲିଗୁରିରୁ ନେପାଳ ବାଘଛାଲ ଚାଲାଣ କରିବା ନେଇ ବୈକୁଣ୍ଠପୁର ବନଖଣ୍ଡ ଅଧିକାରୀଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା । ତେବେ ଉକ୍ତ ସୂଚନା ଆଧାରରେ ସଦଳବଳେ ବନଖଣ୍ଡ ଅଧିକାରୀ ହାସିମରା ଅଞ୍ଚଳରେ ଚଢାଉ କରିଥିବା ନେଇ ବୈକୁଣ୍ଠପୁର ବନଖଣ୍ଡର ଅତିରିକ୍ତ ବନଖଣ୍ଡ ଅଧିକାରୀ ରାହୁଲଦେବ ମୁଖାର୍ଜୀ କହିଥିଲେ ।

ବନଖଣ୍ଡ ରେଞ୍ଜର ସଞ୍ଜୟ ଦତ୍ତଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରି ସେରୀକୁ ଗିରଫ କରିଥିଲା । ଏହା ସହିତ ତାହା ନିକଟରୁ 11 ଫୁଟ ଲମ୍ବର ଏକ ବାଘ ଛାଲ ମଧ୍ୟ ଜବତ କରିଥିଲା । ଏହି ଛାଲକୁ ସେ ଏକ ସ୍କୁଲ ବ୍ୟାଗରେ ରଖିଥିବାବେଳେ ବନବିଭାଗ ତାହାକୁ ଜବତ କରିଥିଲା ।

ରାହୁଲ କହିଥିଲେ କି, ଚୀନ ଏବଂ ଅନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକରେ ବାଘ ଛାଲର ଚାହିଦା ବହୁଳ ପରିମାଣରେ ରହିଥାଏ । ଏହି ଛାଲ ଗୁଡ଼ିକୁ ସେମାନେ ବିଭିନ୍ନ ସଂଗ୍ରହାଳୟରେ ପ୍ରଦର୍ଶନ ପାଇଁ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ତେବେ ସେରୀକୁ ଜେରା ପରେ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ସେରୀକୁ ଭୁଟାନ ସୈନ୍ୟକୁ ହସ୍ତାନ୍ତର କରାଯାଇଥିବା ସେ କହିଛନ୍ତି ।

ABOUT THE AUTHOR

...view details