ଓଡିଶା

odisha

ETV Bharat / bharat

ମୋଦି-2: ସ୍ବଚ୍ଛ ଭାରତ ପରେ ପାନୀୟ ଜଳ ଉପରେ ଫୋକସ

ମୋଦି 2.0 ରେ ଘରେ ଘରେ ପାନୀୟ ଜଳ ଯୋଗାଣ ଉପରେ ଫୋକସ କରାଯାଇଛି । ଏଥିପାଇଁ ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରିଛନ୍ତି ମୋଦି ସରକାର। ଲକ୍ଷ୍ୟ ଘରେ ଘରେ ପାନୀୟ ଜଳ ପହଞ୍ଚିବ।

ପ୍ରତିକାତ୍ମକ ଫଟୋ

By

Published : Jun 1, 2019, 6:27 PM IST

ନୂଆଦିଲ୍ଲୀ: ସ୍ବଚ୍ଛ ଭାରତ ଅଭିଯାନର ସଫଳ ରୂପାୟନ ପରେ ଏବେ ଜଳ ମିଶନ ଉପରେ ମୋଦି ସରକାରଙ୍କ ଫୋକସ । ମୋଦି-2ରେ ଘରେ ଘରେ ପାନୀୟ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ କରିଛନ୍ତି ସରକାର । ଏଥିପାଇଁ ଜଳ ଶକ୍ତି ମନ୍ତ୍ରାଳୟ ଗଠନ କରାଯାଇଛି। ଆଉ ଏହାର ଦାୟିତ୍ବ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଉପରେ ନ୍ୟସ୍ତ କରାଯାଇଛି।

ଘରେ ଘରେ ସରକାର ପାନୀୟ ଜଳ ପହଞ୍ଚାଉଥିଲେ ବି ବର୍ତ୍ତମାନ ଦେଶରେ ଅନେକ ଗାଁରେ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଏଥିପାଇଁ ଘରେ ଘରେ ପାନୀୟ ଜଳ ପହଞ୍ଚାଇବାକୁ ପ୍ରାଥମିକତା ଦେଉଛନ୍ତି ସରକାର। ତେବେ ଏନେଇ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଜଳ ଶକ୍ତି ମନ୍ତ୍ରାଳୟରେ ଜଳ ସଂଶୋଧନ, ନଦୀର ବିକାଶ, ପାନୀୟ ଜଳ ଓ ସ୍ବଚ୍ଛତା ବିଭାଗ ଗୁଡିକୁ ସାମିଲ କରାଯାଇଛି । ଜଳ ଯୋଜନା ଅନୁସାରେ ସରକାର ଆଗାମୀ 2024 ସୁଦ୍ଧା ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି।

ତେବେ ନୀତି ଆୟୋଗର ରିପୋର୍ଟ ମୁତାବକ, 60 କୋଟି ଭାରତୀୟ ଗଭୀର ଭାବେ ଜଳ ସଙ୍କଟ ଦେଇ ଗତି କରୁଛନ୍ତି । ସ୍ବଚ୍ଛ ପାନୀୟ ଜଳ ମିଳୁ ନଥିବା ଯୋଗୁଁ ପ୍ରତ୍ୟେକ ବର୍ଷ 2ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ତେଣୁ ଅନୁମାନ କରାଯାଉଛି, ଆଗାମୀ 2030 ସୁଦ୍ଧା ଜଳକଷ୍ଟ ଦ୍ବିଗୁଣିତ ହୋଇଯିବ । ପୂର୍ବରୁ ଯଦି ସରକାର କୌଣସି ଆଖି ଦୃଶିଆ ପଦକ୍ଷେପ ନ ନିଅନ୍ତି ପାଣି ଟୋପେ ପାଇଁ ଡହଳ ବିକଳ ହେବେ ଆଗାମୀ ପୀଢି।

For All Latest Updates

ABOUT THE AUTHOR

...view details