ଡେରାଡୁନ: କୋରୋନାକୁ ନେଇ ଉତ୍ତରାଖଣ୍ଡ ସରକାରଙ୍କ ନୂଆ ନିୟମ । ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧଲେ ଏବଂ ସାମାଜିକ ଦୂରତା ନରଖିଲେ କିମ୍ବା ନିୟମ ନମାନିଲେ 5000 ଟଙ୍କା ଜରିମାନା ନଚେତ 6 ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଶନିବାର ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ମହାମାରୀ ରୋଗ ଅଧିନିୟମ 1897ର ସଂଶୋଧନ ପାଇଁ ଉତ୍ତରାଖଣ୍ଡ ମହାମାରୀ ରୋଗ ସଂଶୋଧନ 2020 କୁ ଅନୁମତି ଦେଲେ । ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ମାସ୍କ ନ ପିନ୍ଧିଲେ 5000 ଜରିମାନା, 6 ମାସ ଜେଲ: ଉତ୍ତରାଖଣ୍ଡ ସରକାର
କୋରୋନାକୁ ନେଇ ଉତ୍ତରାଖଣ୍ଡ ସରକାରଙ୍କ ନୂଆ ନିୟମ । ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧଲେ ଏବଂ ସାମାଜିକ ଦୂରତା ନରଖିଲେ କିମ୍ବା ନିୟମ ନମାନିଲେ 5000 ଟଙ୍କା ଜରିମାନା ନଚେତ 6 ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଅଧିକ ପଢନ୍ତୁ...
କେରଳ ଏବଂ ଓଡ଼ିଶା ପରେ କୋରୋନା ମହାମାରୀକୁ ରୋକିବା ପାଇଁ ଉତ୍ତରାଖଣ୍ଡ ହେଉଛି ତୃତୀୟ ରାଜ୍ୟ, ଯିଏକି ମହାମାରୀ ରୋଗ ଅଧିନିୟମ 1897ର ନିୟମାବଳୀକୁ ବଦଳାଇଛନ୍ତି । ରାଜ୍ୟପାଳଙ୍କ ସହମତି ପରେ ମହାମାରୀ ରୋଗ ଅଧିନିୟମ ଧାରା 2 ଏବଂ 3 ରେ ସଂଶୋଧନ କରାଯାଇଥିଲା, ଯାହା ପରେ ଚେହେରା ମାସ୍କ ପିନ୍ଧିବା, ସାମାଜିକ ଦୂରତା ସମ୍ବନ୍ଧୀୟ ନିୟମକୁ ଅଧିକ କଠୋର କରାଯିବ । ମାର୍ଚ୍ଚ 14 ରେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ କୋଭିଡ -19 କୁ ମହାମାରୀ ବୋଲି ଘୋଷଣା କରିଥିଲେ ଏବଂ ଏହା ପରେ ସଂପୃକ୍ତ ଅଧିନିୟମରେ ସଂଶୋଧନ ପାଇଁ ଏହି ଅଧ୍ୟାଦେଶ ଆଣିଥିଲେ।
ଶନିବାର ଦିନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟରେ କୋରୋନା ଭାଇରସ୍ ସହ ଜଡିତ ପ୍ରତ୍ୟେକ ମୃତ୍ୟୁକୁ ଅଡିଟ୍ କରିବ ଏବଂ ସେମାନଙ୍କ ପଛର କାରଣ ବିଶ୍ଳେଷଣ କରିବ । ଏହି ରାଜ୍ୟରେ ଏପର୍ଯ୍ୟନ୍ତ 1,785 ଟି କୋଭିଡ -19 ମାମଲା ସହ 23 ଜଣଙ୍କ ମୃତ୍ୟୁ ହେଇଛି । କିନ୍ତୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ଏହି 23 ମୃତ୍ୟୁ ମଧ୍ୟରୁ କେବଳ ଗୋଟିଏ କୋଭିଡ -19 କୁ ସିଧାସଳଖ ଦାୟୀ କରାଯାଇଛି।