ଓଡିଶା

odisha

ETV Bharat / bharat

ପୋଷ୍ଟକାର୍ଡ ଯୁଦ୍ଧ: ବିଜେପିର 10 ଲକ୍ଷକୁ ଟିଏମ୍‌ସିର 20ଲକ୍ଷ

ବିଜେପିର 10ଲକ୍ଷ ଜୟ ଶ୍ରୀରାମ ପୋଷ୍ଟକାର୍ଡର ଜବାବ ଟିଏମ୍‌ସି 20 ଲକ୍ଷ 'ଜୟ ହିନ୍ଦ, ଜୟ ବଙ୍ଗଳା' ଲେଖା ପୋଷ୍ଟକାର୍ଡ ପଠାଇବା ପାଇଁ ନିଷ୍ପତି ନେଇଛି ।

By

Published : Jun 4, 2019, 10:47 PM IST

ଡିଜାଇନ ଫଟୋ

କୋଲକାତା: 'ଜୟ ଶ୍ରୀରାମ' ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଦିନକୁ ଦିନ ବଢିବାରେ ଲାଗୁଛି । 'ଜୟ ଶ୍ରୀରାମ' ନାରା ବିବାଦକୁ ନେଇ ଟିଏମସି ଓ ବିଜେପି ମଧ୍ୟରେ ଶୀତଳଯୁଦ୍ଧ ଚାଲୁଥିବା ବେଳେ ଏବେ ପୋଷ୍ଟକାର୍ଡ ବିବାଦ ମୁଣ୍ଡ ଟେକିଛି । ପଶ୍ଚିମବଙ୍ଗ ବିଜେପି ମମତା ବାନାର୍ଜୀଙ୍କ ନିକଟକୁ ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଇବା ପାଇଁ ନିଷ୍ପତ୍ତି ଖବର ପରେ ଏହି ବିବାଦ ଏବେ ଭୟଙ୍କର ଦିଗ ଆଡକୁ ଗତି କରୁଛି । ବିଜେପିର 10ଲକ୍ଷ ଜୟ ଶ୍ରୀରାମ ପୋଷ୍ଟକାର୍ଡର ଜବାବ ଟିଏମ୍‌ସି 20 ଲକ୍ଷ 'ଜୟ ହିନ୍ଦ, ଜୟ ବଙ୍ଗଳା' ଲେଖା ପୋଷ୍ଟକାର୍ଡ ପଠାଇବା ପାଇଁ ନିଷ୍ପତି ନେଇଛି ।

ସୂଚନା ଅନୁସାରେ ତୃଣମୂଳ କଂଗ୍ରେସ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ 'ଜୟ ହିନ୍ଦ, ଜୟ ବଙ୍ଗଳା' ଲେଖା 20ଲକ୍ଷ ପୋଷ୍ଟକାର୍ଡ ପଠାଇବା କଥା କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ପୋଷ୍ଟକାର୍ଡରେ ଜୟ ଶ୍ରୀରାମ ଲେଖି ମମତାଙ୍କ ନିକଟକୁ ପଠାଇବା ପାଇଁ ବୈରକପୁରର ନବନିର୍ବାଚିତ ସାଂସଦ ଅର୍ଜୁନ ସିଂହ ପ୍ରଥମେ ସୂଚନା ଦେଇଥିଲେ ।

For All Latest Updates

ABOUT THE AUTHOR

...view details