ଅମରାବତୀ: ଆନ୍ଧ୍ରପ୍ରଦେଶରେ ପ୍ରଚଣ୍ଡ ବହୁମତରେ ବିଜୟଲଭ କରିବା ପରେ ଓ୍ବାଇଏସଆର ମୁଖ୍ୟ ଜଗନ ମୋହନ ରେଡ୍ଡୀ ମେ 30 ତାରିଖ ଦିନ ଶପଥ ନେବେ ବୋଲି ଜଣା ପଡିଛି ।
ମେ 30ରେ ଶପଥ ନେବେ ଜଗନ ରେଡ୍ଡୀ
ଓ୍ବାଇଏସଆର ମୁଖ୍ୟ ଜଗନ ମୋହନ ରେଡ୍ଡୀ ମେ 30 ତାରିଖ ଦିନ ଶପଥ ନେବେ । ଚିପୁରୁପଲ୍ଲୀ ବିଧାୟକ ବୋଟସା ସତ୍ୟନାରାୟଣ ବିଧାୟକ ଦଳର ନେତା ପାଇଁ ଜଗନଙ୍କ ନାମକୁ ପ୍ରସ୍ତାବିତ କରିଥିଲେ ।
ଫାଇଲ ଫଟୋ
ଜଗନ ସମ୍ମତିରେ ବିଧାୟକ ଦଳର ନେତା ଘୋଷିତ ହୋଇଥିବା ବେଳେ 30 ତାରିଖ ବିଜୟଓ୍ବାଡାର ଇନ୍ଦିରା ଗାନ୍ଧୀ ମ୍ୟୁନିସପାଲ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ଶନିବାର ଜଗନଙ୍କ ଅଫିସରେ ଓ୍ବାଇଏସଆରର ବୈଠକ ହୋଇଥିବା ବେଳେ ବିଜୟନଗରମ ଜିଲ୍ଲା ଚିପୁରୁପଲ୍ଲୀ ବିଧାୟକ ବୋଟସା ସତ୍ୟନାରାୟଣ ବିଧାୟକ ଦଳର ନେତା ପାଇଁ ଜଗନଙ୍କ ନାମକୁ ପ୍ରସ୍ତାବିତ କରିଥିଲେ ।