ନୂଆଦିଲ୍ଲୀ:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଙ୍ଗଳବାର ନୂତନ କେନ୍ଦ୍ରୀୟ ଟିମ ସହିତ ସାକ୍ଷାତ କରିବେ । ଆସନ୍ତା ଅକ୍ଟୋବର 6 ତାରିଖରେ ବିଜେପିର ନୂତନ କେନ୍ଦ୍ରୀୟ କମିଟି ସହ ସାକ୍ଷାତ କରିବେ ବିଜେପରି ରାଷ୍ଟ୍ରୀୟ ଅଧ୍ୟକ୍ଷି ଜେପି ନଡ୍ଡା । ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନ ବିଷୟରେ ଆଲୋଚନା କରାଯିବା ସମ୍ଭାବନା ରହିଛି ।
ନୂତନ ଭାବେ କେନ୍ଦ୍ରୀୟ କମିଟିରେ ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇ ସଂଗଠନକୁ ଦକ୍ଷ କରାଯିବ । ବିହାର ଏବଂ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳକୁ ମଜବୁତ ତଥା ପ୍ରସ୍ତୁତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଙ୍ଗଳବାର ଦିନ ଦଳର ଜାତୀୟ କାର୍ଯ୍ୟାଳୟର ଏକ ବୈଠକ ଡାକିଛନ୍ତି । ଗତ ସପ୍ତାହରେ ନଡ୍ଡା ଏହି କମିଟି ଗଠନ କରିଥିଲେ ।