ଓଡିଶା

odisha

ETV Bharat / bharat

ସୋପିଆନରେ ମହିଳା ଏସପିଓଙ୍କୁ ଗୁଳି କରି ହତ୍ୟା

ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାର ବୋହିଲ ଅଞ୍ଚଳରେ ଶନିବାର ଜଣେ ସ୍ୱତନ୍ତ୍ର ମହିଳା ପୋଲିସ ଅଧିକାରୀ(ଏସପିଓ)ଙ୍କୁ ଗୁଳି କରି ହତ୍ୟା। କିଛି ସନ୍ଦିଗ୍ଧ ଆତଙ୍କବାଦୀ ଏସପିଓ ଖୁସବୁ ଜାନଙ୍କ ଘର ବାହାରେ ଏହି କାଣ୍ଡ ଭିଆଇଥିଲେ। ଶନିବାର ସାଢେ 2ଟାରେ ତାଙ୍କୁ ଗୁଳି କରାଯାଇଥିବା ସୂଚନା ମିଳିଛି।

By

Published : Mar 16, 2019, 6:58 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ପୁଣି ଥରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ। ଜିଲ୍ଲାର ବୋହିଲ ଅଞ୍ଚଳରେ ଶନିବାର ଜଣେ ସ୍ୱତନ୍ତ୍ର ମହିଳା ପୋଲିସ ଅଧିକାରୀ(ଏସପିଓ)ଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣା ପଡିଛି।

ସୂଚନା ମୁତାବକ, କିଛି ସନ୍ଦିଗ୍ଧ ଆତଙ୍କବାଦୀ ଏସପିଓ ଖୁସବୁ ଜାନଙ୍କ ଘର ବାହାରେ ଏହି କାଣ୍ଡ ରଚିଥିଲେ। ଶନିବାର ସାଢେ 2ଟାରେ ତାଙ୍କୁ ଗୁଳି କରାଯାଇଥିବା ସୂଚନା ମିଳିଛି। ପରେ ଆହତ ପୋଲିସ ଅଧିକାରୀଙ୍କୁଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣାକରିଥିଲେ।

ସେପଟେ ଘଟଣା ପରେ ସେନା, ପୋଲିସର ସ୍ୱତନ୍ତ୍ର ଟିମ୍‌ ଏବଂ ସିଆରପିଏଫ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଆକ୍ରମଣକାରୀଙ୍କୁ ଖୋଜୁଥିବା ଜଣାପଡିଛି। ଏହି ଘଟଣା ଦକ୍ଷିଣ କାଶ୍ମୀରରେ ଗତ 3 ଦିନ ମଧ୍ୟରେ ଘଟିଥିବାତୃତୀୟ ହତ୍ୟାକାଣ୍ଡ ବୋଲି ଜଣାପଡିଛି।

ABOUT THE AUTHOR

...view details