ଓଡିଶା

odisha

ETV Bharat / bharat

ଅନନ୍ତନାଗରେ ଆତଙ୍କୀଙ୍କ ଗୁଳିମାଡରେ ସରପଞ୍ଚ ମୃତ

ସୋମବାର ଆତଙ୍କୀଙ୍କ ଗୁଳି ମାଡରେ ସରପଞ୍ଚ ପ୍ରାଣ ହରାଇଛନ୍ତି । ସୋମବାର ସନ୍ଦିଗ୍ଧ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲୋକବାୱାନ ଲାର୍କିପୋରା ଅଞ୍ଚଳରେ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

By

Published : Jun 8, 2020, 8:00 PM IST

Sarpanch shot
Sarpanch shot

ଶ୍ରୀନଗର: କୋରୋନା କାଳରେ ଘାଟିରେ ଆତଙ୍କୀ ଉତ୍ପାତ ଜାରି ରହିଛି । ଗତ 24 ଘଣ୍ଟାରେ 9 ଆତଙ୍କୀଙ୍କୁ ନିପାତ କରିଛି ସେନା । ତଥାପି ଉପତ୍ୟକାରେ ଆତଙ୍କୀ କାର୍ଯ୍ୟକଳାପ ଥମିବାରେ ନା ନେଉନାହିଁ । ସୋମବାର ଆତଙ୍କୀଙ୍କ ଗୁଳି ମାଡରେ ସରପଞ୍ଚ ପ୍ରାଣ ହରାଇଛନ୍ତି । ସୋମବାର ସନ୍ଦିଗ୍ଧ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାର ଲୋକବାୱାନ ଲାର୍କିପୋରା ଅଞ୍ଚଳରେ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଅନନ୍ତନାଗରେ ଆତଙ୍କୀ ଗୁଳି ମାଡରେ ସରପଞ୍ଚ ମୃତ

ଆତଙ୍କୀ ଗୁଳି ମାଡରେ ମୃତ ସରପଞ୍ଚଙ୍କ ନାମ ଅଜୟ ପଣ୍ଡିତ (ଭାରତୀ) ବୋଲି ଅନନ୍ତନାଗ ଏସଏସପି ସନ୍ଦୀପ ଚୌଧୁରୀ ଇଟିଭି ଭାରତକୁ କହିଛନ୍ତି । ସେ କହିଛନ୍ତି ଯେ ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ପରେ ହସ୍ପିଟାଲକୁ ସେ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସେନା ପକ୍ଷରୁ ବ୍ୟାପକ ସର୍ଚ୍ଚ ଅଭିଯାନ ଜାରି ରହିଛି ।

ଅନନ୍ତନାଗରେ ଆତଙ୍କୀ ଗୁଳି ମାଡରେ ସରପଞ୍ଚ ମୃତ

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାକୁ ନିନ୍ଦା କରିଛନ୍ତି । ଅନନ୍ତନାଗରେ ସରପଞ୍ଚ ଅଜୟ ପଣ୍ଡିତଙ୍କ ହତ୍ୟା ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details