ଓଡିଶା

odisha

ETV Bharat / bharat

ସିଆରପିଏଫ ପଞ୍ଝାରେ ସଂସଦ ଭବନରେ ବୁଲୁଥିବା ସନ୍ଦିଗ୍ଧ - ସିଆରପିଏଫ ହାତରେ ସନ୍ଦିଗ୍ଧ

ସଂସଦ ଭବନରେ ବୁଲୁଥିବା ବେଳେ ସିଆରପିଏଫ ହାତରେ ସନ୍ଦିଗ୍ଧ, ଆଇଡି ଜବତ
ସଂସଦ ଭବନରେ ବୁଲୁଥିବା ବେଳେ ସିଆରପିଏଫ ହାତରେ ସନ୍ଦିଗ୍ଧ, ଆଇଡି ଜବତ

By

Published : Aug 26, 2020, 1:40 PM IST

Updated : Aug 26, 2020, 1:50 PM IST

12:29 August 26

ସିଆରପିଏଫ ହାତରେ ସଂସଦ ଭବନରେ ବୁଲୁଥିବା ସନ୍ଦିଗ୍ଧ କାଶ୍ମୀର ଯୁବକ

ନୂଆଦିଲ୍ଲୀ: ସିଆରପିଏଫ ହାତରେ ସନ୍ଦିଗ୍ଧ ବ୍ୟକ୍ତି। ସଂସଦ ଭବନରେ ବୁଲୁଥିବା ବେଳେ ଟିମ ଦ୍ବାରା ଜାତୀୟ ରାଜଧାନୀରୁ ଏହି ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି। ସେ ଜାମ୍ମୁ କାଶ୍ମୀର ବୁଡଗାମ ଜିଲ୍ଲାର ବାସିନ୍ଦା ବୋଲି ଦାବି କରୁଥିବା ବେଳେ ସଂସଦ ଭବନରେ ବୁଲୁଥିବା ବେଳେ ଧରାପଡିଥିଲା। ସନ୍ଦେହଜନକ କାର୍ଯ୍ୟକଳାପକୁ ନେଇ ଡ୍ୟୁଟିରେ ଥିବା କର୍ମଚାରୀମାନେ ତାଙ୍କୁ ଧରିଥିଲେ।

ପଚରାଉଚରା ବେଳେ ବ୍ୟକ୍ତି ଜଣକ ନିଜ ବିଷୟରେ ସିଆରପିଏଫ ଯବାନମାନଙ୍କୁ ବିଭ୍ରାନ୍ତିକର ସୂଚନା ଦେଇଥିଲା।  ବ୍ୟକ୍ତି ଜଣକ ପାଖରୁ ଉଦ୍ଧାର ହୋଇଥିବା ଏକ ଡକ୍ୟୁମେଣ୍ଟରେ ବିଭିନ୍ନ ତଥ୍ୟ କୋଡୱାର୍ଡରେ ଲେଖା ହୋଇଥିବା ସୂଚନା ରହିଛି । ଏହାସହ ପାଖରେ ଦୁଇଟି ପରିଚୟ ପତ୍ର - ଗୋଟିଏ ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଉଦ୍ଧାର କରାଯାଇଛି।

ବ୍ୟକ୍ତି ଜଣକର ଉଭୟ ଆଇଡିର ଭିନ୍ନ ନାମ ଅଛି । ଡ୍ରାଇଭିଂ ଲାଇସେନ୍ସ ଗୋଟିଏ ଫିରଦୋସ ନାମରେ ଥିବାବେଳେ ଆଧାର କାର୍ଡରେ ଉଲ୍ଲେଖ କରାଯାଇଥିବା ନାମ ହେଉଛି ମଞ୍ଜୁର ଅହମ୍ମଦ ଆହାଙ୍ଗେର୍ । ଏହି ବ୍ୟକ୍ତି ଜାମ୍ମୁକାଶ୍ମୀର ରଥସୁନ୍ ବେରୱାହରୁ ଆସିଛି। ତା ପାଖରୁ ଏକ ବ୍ୟାଗ ମଧ୍ୟ ମିଳିଥିବା ବେଳେ ବାରମ୍ବାର ବିବୃତ୍ତିରେ ପରିବର୍ତ୍ତନ କରୁଥିବାରୁ କର୍ମଚାରୀଙ୍କ ତା ଉପରେ ଅଧିକ ସନ୍ଦେହ ସୃଷ୍ଟି କରିଛି।

ତାକୁ ବର୍ତ୍ତମାନ ସଂସଦ ଗୃହ ପୋଲିସ ଷ୍ଟେସନରେ ପଚରାଉଚରା କରୁଥିବା ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଛି। ତାଙ୍କ ବିଷୟରେ ସୂଚନା ଅନ୍ୟାନ୍ୟ ଏଜେନ୍ସି ସହିତ ମଧ୍ୟ ସେୟାର କରାଯାଉଛି । ଗତ ବର୍ଷ ସେପ୍ଟେମ୍ବରରେ ଜଣେ 25 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଛୁରୀ ନେଇ ସଂସଦରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ବ୍ୟକ୍ତି ଜଣକ ଦିଲ୍ଲୀର ଲକ୍ଷ୍ମୀ ନଗରର ବାସିନ୍ଦା ସାଗର ଇନସା ବୋଲି ଜଣାପଡିଛି।

Last Updated : Aug 26, 2020, 1:50 PM IST

ABOUT THE AUTHOR

...view details