ଓଡିଶା

odisha

ETV Bharat / bharat

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଇଭାଙ୍କା

ଟ୍ବିଟ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା । ଏହାସହ ଫୋନ ମାଧ୍ୟମରେ ଉଦି ଆରବରୁ ସଲମାନ ବିନ ଆବଦୁଲଜିଜ ଅଭିନନ୍ଦନ ଜଣାଇଛନ୍ତି ।

By

Published : May 24, 2019, 10:23 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ : ବିଜୟ ଉତ୍ସବ ପାଳୁଛି ଏନଡିଏ । ଆଉ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପୁଣି ଥରେ ଶାସନକୁ ଫେରିବେ ପ୍ରଧାନମନ୍ତ୍ରୀ ମୋଦି । ସାରା ଦେଶ ସମେତ ବିଦେଶରୁ ମଧ୍ୟ ଆସୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା । ପୁଣି ଥରେ ଶାସନକୁ ଫେରିବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ଉତ୍ସବ ପାଳୁଛନ୍ତି ସମର୍ଥକ । ଏହି ସମୟରେ ବିଦେଶରୁ ମଧ୍ୟ ଆସୁଛି ଶୁଭେଚ୍ଛା ବାର୍ତ୍ତା । ଇଭାଙ୍କା ଟ୍ରମ୍ପ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସାଉଦି ଆରବରୁ ସଲମାନ ବିନ ଆବଦୁଲଜିଜ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ।

ପୂର୍ବରୁ ଚୀନ ରାଷ୍ଟ୍ରପତି ଏଚ୍.ଇ.ଏକ୍ସ ଜିନପିଙ୍ଗ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ରଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ।

For All Latest Updates

ABOUT THE AUTHOR

...view details