ପଶୁପକ୍ଷୀଙ୍କ ପ୍ରତି ନିଷ୍ଠୁରତା ବନ୍ଦ କରିବା ପାଇଁ ଶାକାହାରୀ ହେବା ସାରା ବିଶ୍ବରେ ଏକ ଧାରାରେ ପରିଣତ ହୋଇଛି। ସ୍ବାସ୍ଥ୍ୟଗତ କାରଣରୁ ବି ଲୋକେ ଆମିଷ ଛାଡି ନିରାମିଷ ଖାଦ୍ୟ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ପ୍ରତିବର୍ଷ ଅକ୍ଟୋବର ପହିଲାରେ ପାଳନ ହୁଏ ବିଶ୍ବ ଶାକାହାରୀ ଦିବସ। ଶାକାହାରୀ ଭୋଜନର ଉପକାରିତା ଓ ପରିବେଶଗତ ଫାଇଦା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ବୃକ୍ଷଲତା ହିଁ ଶାକାହାରୀ ଖାଦ୍ୟର ସାଧାରଣ ଉତ୍ସ। ନର୍ଥ ଆମେରିକାନ ଭେଜିଟେରିଆନ ସୋସାଇଟି –ଏନଏଭିଏସ ଦ୍ବାରା ପ୍ରଥମ ୧୯୭୭ ମସିହାରେ ପାଳନ କରାଯାଇଥିଲା
ବିଶ୍ବ ଶାକାହାରୀ ଦିବସ।
ଶାକାହାରୀଙ୍କ ପ୍ରକାର ଭେଦ
ଶାକାହାରୀ ଖାଦ୍ୟକୁ ମୁଖ୍ୟତଃ ତିନିଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରାଯାଇଛି। ନ୍ୟାସନାଲ ହେଲଥ ପୋର୍ଟାଲ ଅଫ ଇଣ୍ଡିଆ ଅନୁସାରେ ତିନି ପ୍ରକାର ଶାକାହାରୀ ଅଛନ୍ତି।
୧. ଭେଗାନ - ଏହି ଡାଏଟରେ କେବଳ ବୃକ୍ଷଲତା ଭିତ୍ତିକ ଖାଦ୍ୟ ଥାଏ। କୌଣସି ପଶୁର ମାଂସ ବା ଅଣ୍ଡା, କ୍ଷୀର ଓ ମହୁ ଏ ପ୍ରକାର ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ। ଭେଗାନ ଖାଦ୍ୟରେ କେବଳ କଞ୍ଚାଫଳ, ପନିପରିବା, ସ୍ପ୍ରାଉଟ୍ସ ଓ ନଟସ ବ୍ୟବହାର ହୁଏ।
୨. ଲାକ୍ଟୋ-ଭେଜିଟେରିଆନ–ଏ ପ୍ରକାର ଡାଏଟ ପ୍ଲାଣ୍ଟ ଫୁଡ ଓ ଦୁଗ୍ଧଜାତ ସାମଗ୍ରୀ ଥାଏ। କିନ୍ତୁ ଅଣ୍ଡା ନ ଥାଏ।
୩.ଲାକ୍ଟୋ-ଓଭୋ ଭେଜିଟାରିଆନ– ଏଥିରେ ପ୍ଲାଣ୍ଟ ଫୁଡ ସମେତ ଦୁଗ୍ଧଜାତ ସାମଗ୍ରୀ ଓ ଅଣ୍ଡା ରହେ।
ସନ୍ତୁଳିତ ଆହାର- ଆପଣ ଯେକୌଣସି ପ୍ରକାର ଶାକାହାରୀ ହୁଅନ୍ତୁ ନା କାହିଁକି, ସବୁବେଳେ ସ୍ବାସ୍ଥ୍ୟକର ଓ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ଯାହା ଦ୍ବାରା ଯଥେଷ୍ଟ ପରିମାଣରେ ନ୍ୟୁଟ୍ରିଏଣ୍ଟସ ମିଳିବା ସହ ଶରୀରର ବିକାଶ ଠିକ ରୂପେ ହୋଇପାରିବ। ନ୍ୟାସନାଲ ହେଲଥ
ପୋର୍ଟାଲ– ଏନଏଚପି ନିମ୍ନଲିଖିତ ଶାକାହାରୀ ଖାଦ୍ୟ ଓ ସେଥିରୁ ମିଳୁଥିବା ଭିଟାମିନ ଓ ମିନେରାଲ ସମ୍ପର୍କରେ ଉଲ୍ଲେଖ କରିଛି।
ଭିଟାମିନ ବି- ୧୨- ଦୁଗ୍ଦଜାତ ସାମଗ୍ରୀ, ଅଣ୍ଡା, ରୁଟି, ସୋୟା ଓ ରାଇସ ଡ୍ରିଙ୍କ
ଭିଟାମିନ ଡି- କ୍ଷୀର
କ୍ୟାଲସିୟମ - ଦୁଗ୍ଧଜାତ ଉତ୍ପାଦ, ଘନ ସବୁଜ ପନିପରିବା, ବ୍ରୋକୋଲି
ପ୍ରୋଟିନ-ଡାଲି, ଦୁଗ୍ଧଜାତ ଉତ୍ପାଦ ( କ୍ଷୀର ଓ ଛେନା ), ଅଣ୍ଡା, ଟୋଫୁ ଓ ଅନ୍ୟ ସୋୟ ଉତ୍ପାଦ, ଡ୍ରାଏଡ ବିନ୍ସ ଓ ବାଦାମ
ଆଇରନ- ଅଣ୍ଡା, ଡ୍ରାଏଡ ବିନ୍ସ, ଡ୍ରାଏଡ ଫ୍ରୁଟସ, ଖାଦ୍ୟଶସ୍ୟ, ସବୁଜପତ୍ରର ପନିପରିବା
ଜିଙ୍କ – ହ୍ବିଟ ଜର୍ମ, ବାଦାମ, ଡ୍ରାଏଡ ବିନ୍ସ ଓ କଖାରୁ ମଞ୍ଜି