ଓଡିଶା

odisha

By

Published : Jan 27, 2021, 7:25 PM IST

ETV Bharat / bharat

କୃଷକ ହିଂସା ପୂର୍ବ ପ୍ରାୟୋଜିତ ଓ ଯୋଜନାବଦ୍ଧ: ଦିଗବିଜୟ ସିଂ

ଗତକାଲି ରାଜଧାନୀ ଦିଲ୍ଲୀରେ କୃଷକ ଆନ୍ଦୋଳନରେ ହୋଇଥିବା ବ୍ୟାପକ ହିଂସା ହୋଇଥିବା ବେଳେ ଏହାକୁ ନେଇ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ ବିଜୟ ସିଂ। ଅଧିକ ପଢନ୍ତୁ......

କୃଷକ ହିଂସା ପୁର୍ବ ପ୍ରାୟୋଜିତ ଓ ଯୋଜନାବଦ୍ଧ , ସରକାର ଦାୟି : ଦିଗବିଜୟ ସିଂ
କୃଷକ ହିଂସା ପୁର୍ବ ପ୍ରାୟୋଜିତ ଓ ଯୋଜନାବଦ୍ଧ , ସରକାର ଦାୟି : ଦିଗବିଜୟ ସିଂ

ନୂଆଦିଲ୍ଲୀ: ଗତକାଲି ରାଜଧାନୀ ଦିଲ୍ଲୀରେ କୃଷକ ଆନ୍ଦୋଳନରେ ବ୍ୟାପକ ହିଂସା ହୋଇଥିବା ବେଳେ ଏହାକୁ ନେଇ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଦିଗବିଜୟ କହିଛନ୍ତି ଯେ ଚାଷୀ ମାନେ ହିଂସା ପ୍ରିୟ ନୁହନ୍ତି । ଗତକାଲିର ଏହି ହିଂସା ପୂର୍ବ ପ୍ରାୟୋଜିତ ଓ କୃଷକ ମାନଙ୍କ ଆନ୍ଦୋଳନକୁ ବଦନାମ କରିବା ପାଇଁ ଏକ ସରକାରୀ ଷଡଯନ୍ତ୍ର ବୋଲି କହିଛନ୍ତି ଦିଗବିଜୟ ।

ସେ ଆହୁରି ମଧ୍ୟ କହିଛନ୍ତି ଗତକାଲି ହିଂସା ଆରମ୍ଭ କରିଥିବା 15 ଜଣ ହିଂସାକାରୀଙ୍କୁ କୃଷକ ମାନେ ପୋଲିସକୁ ହସ୍ତାନ୍ତର କରି ସାରିଛନ୍ତି । ସେମାନେ କୃଷକ ନୁହନ୍ତି ବରଂ ସେମାନଙ୍କ ପାଖରେ ସରକାରୀ ପରିଚୟ ପତ୍ର ଥିବା ଦେଖିବାକୁ ମିଳିଛି। ତେଣୁ ହିଂସା ପଛର ଷଡଯନ୍ତ୍ର ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି କହିଛନ୍ତି ଦଦିଗବିଜୟ । କୃଷକଙ୍କ ଆନ୍ଦୋଳନକୁ ବଦନାମ ଓ ଭଣ୍ଡୁର କରିବା ପାଇଁ ଏହା ପୂର୍ବନିର୍ଦ୍ଧାରିତ ଷଡଯନ୍ତ୍ର ବୋଲି କହି ସେ ସିଧାସଳଖ ସରକାରକୁ ଘେରିଛନ୍ତି ।

ଗତକାଲି କୃଷକ ମାନେ ଦିଲ୍ଲୀର ସୀମାର 3 ସ୍ଥାନରୁ ଏହି ଟ୍ରାକ୍ଟର ରାଲି ଆରମ୍ଭ ହୋଇଥିଲା । ଦୁଇଟି ସ୍ଥାନର ରାଲି ଶାନ୍ତିପୂର୍ଣ୍ଣ ଥିବା ବେଳେ ଗାଜିପୁର ସୀମାରୁ ବାହାରି ଥିବା ଚୀଷୀ ନିର୍ଦ୍ଧାରିତ ରୋଡ ଛାଡି ଅନ୍ୟ ରାସ୍ତାରେ ରାଲି ପ୍ରବେଶ କରାଇବାକୁ ପ୍ରଚେଷ୍ଟା କରିବା ବେଳେ ପୋଲିସ ସେମାନଙ୍କୁ ବାରିକେଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରି ରୋକିବାକୁ ଚାହିଁଥିଲା । ଫଳରେ କୃଷକ ମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇଥିଲେ । ଫଳରେ ଉଭୟ ପୋଲିସ ଓ କୃଷକମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିବା ଦିଗବିଜୟ ସିଂ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details