ଡେରାଡୁନ: ଚୀନ୍ ସୀମାବର୍ତ୍ତୀ ଏକ ଗାଁ ଲାସପା ଠାରେ ପଥର ଖସି ପଡିବାରୁ ଜଣେ ମହିଳା ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆଇଟିବିପି ସହାୟତାରେ 6 ଦିନ ପରେ ମୁନସିୟାରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରକାଶଥାଉକି, ପ୍ରବଳ ବର୍ଷା କାରଣରୁ ଜୋହର ଉପତ୍ୟକାକୁ ଚୀନ୍ ସୀମା ସହିତ ସଂଯୋଗ କରୁଥିବା ରାସ୍ତା ଓ ଆଉ ଏକ ପାଦଚଲା ରାସ୍ତା ବନ୍ଦ ହୋଇଯାଇଥିଲା । ଏହି କାରଣରୁ ଆହତ ମହିଳାଙ୍କୁ ବିପଜ୍ଜନକ ଷ୍ଟ୍ରେଚରରେ 4 କିଲୋମିଟର ଦୂରରେ ଥିବା ମୁନସିୟାରି ଡାକ୍ତରଖାନାକୁ ନିଆଯାଇଥିଲା ।
ଆହତ ମହିଳାଙ୍କୁ କାନ୍ଧରେ ବୋହି ପାହାଡ ଝରଣା ଅତିକ୍ରମ କଲେ ଆଇଟିବିପି ଯବାନ
ଚୀନ୍ ସୀମାବର୍ତ୍ତୀ ଏକ ଗାଁ ଲାସପା ଠାରେ ପଥର ଖସି ପଡିବାରୁ ଜଣେ ମହିଳା ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆଇଟିବିପି ସହାୟତାରେ 6 ଦିନ ପରେ ମୁନସିୟାରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଆଇଟିବିପି ଯବାନଙ୍କ ମହାନତା: ଆହାତ ମହିଳାଙ୍କୁ କାନ୍ଧରେ ବୋହି ପାହାଡି ରାସ୍ତା ଅତିକ୍ରମ
ତେବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି | ଆହତ ମହିଳାଙ୍କୁ ହେଲିକପ୍ଟର ଯୋଗେ ଆଣିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ ମଧ୍ୟ ସରକାରଙ୍କ ସାହାଯ୍ୟ ମିଳି ନଥିଲା । ସୀମା ଅଞ୍ଚଳର ଅବହେଳାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି । ଶନିବାର ବିଳମ୍ବିତ ରାତିରେ ସେ ଭାରତ-ତିବ୍ଦତୀୟ ସୀମା ପୋଲିସ ଓ ଗ୍ରାମବାସୀଙ୍କ ସହାୟତା ପାଇଥିଲେ । ଆଇଟିବିପିର ଯବାନମାନେ ଡାକ୍ତରଖାନାରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ