ନୂଆଦିଲ୍ଲୀ: ସୋମବାର ଠୁ ନିଖୋଜ ଥିବା ବାୟୁସେନାର ଏଣ୍ଟୋନୋବା ଏଏନ-32 ବିମାନର ସନ୍ଧାନ ଏଯାଏଁ ମିଳି ନାହିଁ । ତେବେ ଏହି ବିମାନର ସନ୍ଧାନ ପାଇଁ ଭାରତୀୟ ସେନା ଓ ବିଭିନ୍ନ ସରକାରୀ ଏଜେନ୍ସିର ସହାୟତା ଲୋଡା ଯାଇଛି । ଏସବୁ ସତ୍ତ୍ବେ ନିଖୋଜ ବିମାନକୁ ଖୋଜିବାରେ ଅସଫଳ ରହିଛି ସେନା । ଏଥିପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ନିଖୋଜ ବିମାନକୁ ଖୋଜିବା ନିମନ୍ତେ ରଡାର ଇମୋଜିଙ୍ଗ ଉପଗ୍ରହର RISATସିରିଜକୁ କାମରେ ଲଗାଇ ଦେଇଛି ।
ବାୟୁସେନା ନିଖୋଜ ବିମାନକୁ ଖୋଜିବ ଇସ୍ରୋ ସାଟେଲାଇଟ୍ - aircraft
ସୋମବାର ଦିନ ଠାରୁ ବାୟୁସେନାର ଏଣ୍ଟୋନୋବା ଏଏନ-32 ବିମାନ ନିଖୋଜ ରହିଛି । ସେପଟେ ନିଖୋଜ ବିମାନର ବର୍ତ୍ତମାନ ସୁଦ୍ଧା କୌଣସି ଖୋଜଖବର ମିଳିପାରି ନାହିଁ ।
ପ୍ରତିକୂଳ ପାଣିପାଗ କାରଣ ବିମାନକୁ ଖୋଜିବାରେ ବାଧା ସୃଷ୍ଟି ହେଉଛି । ଏହା ବ୍ୟତୀତ ଅରୁଣାଚଳପ୍ରଦେଶର ଶୋଇ ୟୋମୀ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କ ସହ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି ।
ଗତକାଲି ଠାରୁ ସର୍ଚ୍ଚ ଅପେରସେନରେ ସୁଖୋଇ-30 ଓ C-130କୁ ନିୟୋଜିତ କରିଛି ବାୟୁସେନା । ସୂଚନାଥାଉକି, ଆସାମର ଜୋରହାଟରୁ ବାୟୁସେନାର 13 ଜଣ କର୍ମଚାରୀଙ୍କୁ ନେଇ ଅରୁଣାଚଳ ପ୍ରଦେଶ ଉଡାଣ ଭରିଥିଲା ବାୟୁସେନାର ଏଏନ-32 ବିମାନ । ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଆଡ୍ଭାନ୍ସ ଲ୍ଯାଣ୍ଡିଙ୍ଗ୍ ଗ୍ରାଉଣ୍ଡ ଠାରେ ଅବତରଣ କରିବାର ଥିଲା । ମାତ୍ର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ପୂର୍ବରୁ ନିଖୋଜ ହୋଇଯାଇଥିଲା ବିମାନ । ଏହି ଲ୍ଯାଣ୍ଡିଙ୍ଗ୍ ଗ୍ରାଉଣ୍ଡ ଚୀନ ସୀମା ଠାରୁ ପ୍ରାୟ 35କି.ମି ଦୂରରେ ଅବସ୍ଥିତ ।