ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ ଚେତନା (ISKCON) ଦ୍ୱାରକା ପକ୍ଷରୁ ଅଭାବୀ ଲୋକଙ୍କୁ ଖାଦ୍ୟ ଦିଆଯାଉଛି । ଇସ୍କନର ପ୍ରଦ୍ୟୁମ୍ନ ପ୍ରିୟ କହିଛନ୍ତି ଯେ, "ପ୍ରତିଦିନ ଏଠାରେ 2 ଲକ୍ଷ ଲୋକଙ୍କୁ ଆମେ ରୋଷେଇ କରି ଖାଇବାକୁ ଦେଉଛୁ । ଆଉ ଆଗକୁ ମଧ୍ୟ ଆମେ ଯେପରି ଏହି ସଂଖ୍ୟାରେ ବୃଦ୍ଧି କରି 5 ରୁ 6 ଲକ୍ଷ ଲୋକଙ୍କୁ ଖାଇବାକୁ ଦେବୁ ସେ ନେଇ ପ୍ରୟାସ ଜାରି ରହିଛି" ।
ଲକଡାଉନ: ଇସ୍କନ ପକ୍ଷରୁ 2 ଲକ୍ଷ ଲୋକଙ୍କୁ ଦିଆଯାଉଛି ଖାଦ୍ୟ
ଲକଡାଉନ ସମୟରେ କେହି ଭୋକରେ ମରିବେ ନାହିଁ । ଏପରି କହିଛନ୍ତି ଦିଲ୍ଲୀ ଇସ୍କନର ଜଣେ ସଦସ୍ୟ । ଅଧିକ ପଢନ୍ତୁ....
ଇସ୍କନ ପକ୍ଷରୁ 2 ଲକ୍ଷ ଲୋକଙ୍କୁ ଦିଆଯାଉଛି ଖାଦ୍ୟ
ସେ ଆହୁରି କହିଛନ୍ତି ଯେ, '"ଭଗବାନଙ୍କ କୃପାରୁ ଆମେ ଏହି କାମ କରିବାରେ ସକ୍ଷମ ହୋଇପାରିଛି । ତେଣୁ ଦେଶରେ ଲକଡାଉନ ସମୟରେ କେହି ଭୋକରେ ମରିବେ ନାହିଁ "।
ଦେଶରେ କୋରୋନାକୁ ନେଇ ଜାରି ରହିଛି ଲକଡାଉନ । ଆଉ ଏହି ସମୟରେ ଦେଶର ପ୍ରତ୍ୟେକ ସ୍ଥାନରେ ଖାଦ୍ୟାଭାବ ଦେଖାଦେଇଛି । ଯାହାକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ଅଭାବୀ ଓ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଦିଆଯାଉଛି ।