ନୂଆଦିଲ୍ଲୀ: ଇରାକ ପରେ ଏବେ ହିନ୍ଦ୍ ମହାସାଗର ତଟବର୍ତ୍ତୀ ଅଞ୍ଚଳ ଉପରେ ଆଇଏସଆଇଏସ ନଜର । ଜଳପଥ ଦେଇ ଭାରତ ଓ ଶ୍ରୀଲଙ୍କା ଉପରେ ଆକ୍ରମଣ ଯୋଜନା ପ୍ରସ୍ତୁତ କରୁଛି ଏହି ଆତଙ୍କୀ ସଙ୍ଗଠନ ଆଇଏସଆଇଏସ । କେରଳର କୋଚିର ବହୁ ପ୍ରମୁଖ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ଗୁଇନ୍ଦା ପକ୍ଷରୁ ସୂଚନା ଦିଆଯାଇଛି ।
ରଣନୀତି ବଦଳାଇଲା ଆଇଏସଆଇଏସ , ବିପଦରେ ଭାରତ- ଶ୍ରୀଲଙ୍କା - india
ଆଇଏସଆଇଏସ ଟାର୍ଗେଟରେ ଭାରତ-ଶ୍ରୀଲଙ୍କା । ଉପକୂଳବର୍ତ୍ତୀ ରାଜ୍ୟକୁ ଟାର୍ଗେଟ କରିଛି ଆତଙ୍କୀ ସଙ୍ଗଠନ ଆଇଏସଆଇଏସ । ଏ ସମ୍ପର୍କିତ ଗୁଇନ୍ଦା ସୂଚନା ମିଳିବା ପରେ ଆଲର୍ଟ ଜାରି ହୋଇଛି।
ଫାଇଲ ଫଟୋ
ମୁଖ୍ୟତଃ ତାମିଲ ନାଡୁ, ଆନ୍ଧ୍ର ପ୍ରଦେଶ ଓ କାଶ୍ମୀରକୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, କେରଳର ପ୍ରାୟ 100ରୁ ଊର୍ଦ୍ଧ୍ବ ଯୁବକ ଆଇଏସଆଇଏସ ସାମିଲ ହୋଇଛନ୍ତି । ଆତଙ୍କୀ ଟାର୍ଗେଟରେ ଭାରତ ଥିବା ଗୁଇନ୍ଦା ସତର୍କ କରିବା ପରେ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଅଞ୍ଚଳରେ ଯାଞ୍ଚ ଚାଲିଛି । ଯେଉଁ ବ୍ୟକ୍ତିର ଗତିବିଧି ଉପରେ ସନ୍ଦେହ ଜାତ ହେଉଛି ସେମାନଙ୍କୁ ଯାଞ୍ଚ କରାଯାଉଛି । ଏଥିସହ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ସେଲକୁ ମଜବୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।