ଓଡିଶା

odisha

ETV Bharat / bharat

କୋରୋନାରେ ବେଲୁଚିସ୍ତାନର ଆଇଏସଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ - ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ

ବେଲୁଚିସ୍ତାନରେ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ର ଜଣେ ବରିଷ୍ଠ ଅଧିକାରୀ COVID-19ରେ ମୃତ୍ୟୁ ହୋଇଛି। ପାକିସ୍ତାନର ବେଲୁଚିସ୍ତାନରେ ମୁତୟନ ହୋଇଥିବା ଏହି ବରିଷ୍ଠ ଅଧିକାରୀ ବ୍ରିଗ୍ ହାସନ ଆଫଜଲଙ୍କ ଶନିବାର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବେଲୁଚିସ୍ତାନରେ ଆଇଏସ୍ଆଇର ଜଣେ ବରିଷ୍ଠ ଅଧିକାରୀଙ୍କ COVID-19 ରେ ମୃତ୍ୟୁ
ବେଲୁଚିସ୍ତାନରେ ଆଇଏସ୍ଆଇର ଜଣେ ବରିଷ୍ଠ ଅଧିକାରୀଙ୍କ COVID-19 ରେ ମୃତ୍ୟୁ

By

Published : Jun 21, 2020, 12:41 PM IST

କ୍ବେଟା: ମହାମାରୀ କୋରୋନା ଏବେ ସାରାବିଶ୍ବରେ ତାଣ୍ଡବ ରଚୁଥିବା ବେଳେ ବେଲୁଚିସ୍ତାନରେ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ର ଜଣେ ବରିଷ୍ଠ ଅଧିକାରୀ COVID-19 ରେ ମୃତ୍ୟୁବରଣ କରିଛନ୍ତି। ପାକିସ୍ତାନର ବେଲୁଚିସ୍ତାନରେ ମୁତୟନ ହୋଇଥିବା ଏହି ବରିଷ୍ଠ ଅଧିକାରୀ ବ୍ରିଗ୍ ହାସନ ଆଫଜଲଙ୍କ ଶନିବାର ଦିନ ମୃତ୍ୟୁ ହୋଇଛି । ସୂତ୍ରରୁ ପ୍ରକାଶ ଯେ ବ୍ରିଗ୍ ହାସନ ଆଇଏସଆଇର ସେକ୍ଟର କମାଣ୍ଡର ଥିଲେ ଏବଂ ଚିକିତ୍ସା ଆଭାବରୁ ତାଙ୍କର ମୃତ୍ୟୁ ଘଟିଛି।

ବେଲୁଚିସ୍ତାନ 9,000 ରୁ ଅଧିକ କୋରୋନା ମାମଲା ଏଯାବତ୍ ରିପୋର୍ଟ ହୋଇଛି, ଯାହା ଆସନ୍ତା ମାସରେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ପାକିସ୍ତାନର ସର୍ବନିମ୍ନ ବିକଶିତ ପ୍ରଦେଶ, ବେଲୁଚିସ୍ତାନରେ COVID-19 ରୋଗୀଙ୍କ ଚିକିତ୍ସା ପାଇଁ କୌଣସି ସୁପର ସ୍ପେସିଆଲିଟି ହସ୍ପିଟାଲ ନାହିଁ । ତେବେ ଆସନ୍ତା କିଛି ମାସ ମଧ୍ୟରେ ଏହି ମାମଲା 100,000 ରୁ ଅଧିକ ହୋଇପାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବେଲୁଚିସ୍ତାନର ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡ. ସଲିମ ଆବ୍ରୋ ଚେତାବନୀ ଦେଇଛନ୍ତି।

"ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଆମେ ଆଶା କରୁଛୁ କୋରୋନା ଶିଖରରେ ପହଞ୍ଚିବ ଏବଂ ପରିସ୍ଥିତି ବିପଜ୍ଜନକ ହୋଇପାରେ। ବର୍ତ୍ତମାନ ପ୍ରଦେଶର ପ୍ରାୟ 40% ଲୋକ ସଂକ୍ରମିତ ହୋଇଛନ୍ତି" ବୋଲି ଡକ୍ଟର ଆବ୍ରୋ ଗଣମାଧ୍ୟମକୁ କହିଛନ୍ତି । ଶନିବାର ଦିନ ପାକିସ୍ତାନର କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3,436 ରେ ପହଞ୍ଚିଥିବା ବେଳେ ମୋଟ ସଂକ୍ରମଣ ସଂଖ୍ୟା 174,676 କୁ ବୃଦ୍ଧି ପାଇଛି।

@ANI

ABOUT THE AUTHOR

...view details