ଓଡିଶା

odisha

ETV Bharat / bharat

NRCରୁ ବାଦ ପଡିଛନ୍ତି କି? କଣ ନେବେ ପଦକ୍ଷେପ... - ଫରେନ ଟ୍ରିବ୍ୟୁନାଲ

NRCରୁ ବାଦ ପଡିଥିବା ଲୋକେ ଭୟ ନକରି ଆପଣାନ୍ତୁ ଏହି ପଦକ୍ଷେପ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଫରେନ ଟ୍ରିବ୍ୟୁନାଲରେ 120 ଦିନ ମଧ୍ୟରେ ଅପିଲ କରିପାରିବେ ।

ଫାଇଲ ଫଟୋ

By

Published : Aug 31, 2019, 3:31 PM IST

ହାଇଦ୍ରାବାଦ: ପ୍ରକାଶ ପାଇସାରିଛି ଏନଆରସିର ଚୂଡାନ୍ତ ତାଲିକା । ତାଲିକାରୁ ବାଦ ପଡିଥିବା 19 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏବେ ଭୟ ଓ ଆଶଙ୍କାରେ ଅଛନ୍ତି । ହେଲେ ଭୟ କରିବାର ଆବଶ୍ୟକତା ନାହିଁ । ସରକାର ସହଯୋଗର କରିବା ନେଇ ଦେଇଛନ୍ତି ପ୍ରତିଶ୍ରୃତି । ବାଦ ପଡିଥିବା ଲୋକଙ୍କ ପାଇଁ ଏବେ ବି ଆଇନଗତ ରାସ୍ତା ଖୋଲା ଥିବା ସରକାର କହିସାରିଛନ୍ତି । ତେବେ ତାଲିକାରୁ ବାଦ ପଡିଥିବା ଲୋକେ କଣ ପଦକ୍ଷେପ ଗ୍ରହଣ କରିବେ ସେ ବିଷୟରେ ଆସନ୍ତୁ ଜାଣିବା...

NRCରୁ ବାଦ ପଡିଥିବା ନାଗରିକଙ୍କ ପାଇଁ କଣ ରହିଛି ଆଇନ ସହାୟତା...

ଏନଆରସି ଚୂଡାନ୍ତ ତାଲିକାରେ ଯେଉଁମାନଙ୍କ ନାମ ନାହିଁ ସେମାନଙ୍କ ପାଖରେ ଏବେ ବି ନାଗରିକତା ସିଦ୍ଧ କରିବାର ବିକଳ୍ପ ରହିଛି । ତାଲିକାରେ ନାମ ନଥିବା ଲୋକଙ୍କୁ 120 ଦିନର ସମୟ ଦିଆଯାଇଛି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସେମାନେ ଫରେନ ଟ୍ରିବ୍ୟୁନାଲରେ 120 ଦିନ ମଧ୍ୟରେ ଅପିଲ କରିପାରିବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲ ଆଶ୍ବାସନା ଦେଇଛନ୍ତି ।

ଚୂଡାନ୍ତ ତାଲିକା ପ୍ରକାଶ ପରେ ବ୍ୟକ୍ତିର ନାଗରିକତା ରହିବ କି ନାହିଁ ତାହା ଫରେନ ଟ୍ରିବ୍ୟୁନାଲ ନିର୍ଣ୍ଣୟ କରିବ । ବର୍ତ୍ତମାନ 100ଟି ଫରେନ ଟ୍ରିବ୍ୟୁନାଲ ଗଠନ ହୋଇଥିବା ବେଳେ ଅଧିକ 1000ଟି ଟ୍ରିବ୍ୟୁନାଲ ପାଇଁ ଗୃହମନ୍ତ୍ରଣାଳୟ ଯୋଜନା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କାହାକୁ ବି ଅନାବଶ୍ୟକ ଉତ୍ପୀଡନ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୋନେଓ୍ବାଲ ପ୍ରତିଶ୍ରୃତି ଦେଇଛନ୍ତି ।

NRC ତାଲିକାରେ ନାମ ନଥିଲେ ପ୍ରଥମେ କଣ କରିବେ ?

ସର୍ବ ପ୍ରଥମେ ଏହା ବୁଝିବାର ଆବଶ୍ୟକତା ରହିଛି ଯେ ଯାହାଙ୍କୁ ରାଷ୍ଟ୍ରୀୟ ରେଜିଷ୍ଟରରେ ନାଗରିକତ୍ବ ମିଳିନାହିଁ, ସେମାନଙ୍କୁ ଅବୈଧ ପ୍ରବାସୀ ତଥା ଅଣନାଗରିକ ତାଲିକାରେ ରଖାଯାଇ ନପାରେ । କେବଳ ଏକ ଫରେନ ଟ୍ରିବ୍ୟୁନାଲର ହିଁ କାହାର ନାଗରିକତା ସ୍ଥିର କରିବାର ଅଧିକାର ରହିଛି ।

ଯଦି ରେଜିଷ୍ଟରରେ ନାମ ନଥାଏ, ତେବେ ବ୍ୟକ୍ତିଙ୍କୁ ପ୍ରଥମେ ଫରେନ ଟ୍ରିବ୍ୟୁନାଲ ସହ ସମ୍ପର୍କ କରିବାର ଆବଶ୍ୟକତା ରହିଛି ।

ଉଭୟ ଅନଲାଇନ ଓ ଅଫଲାଇନରେ ଦେଖି ପାରିବେ ନିଜର ନାମ

ଯେଉଁ ମାନଙ୍କର ନାମ ଏଏନଆରସି ସୁଚୀରେ ରହିଛି, ସେମାନଙ୍କ ହାର୍ଡ କପି ଏନଆରସି ସେବା କେନ୍ଦ୍ର, ଡେପୁଟି କମିଶନର ଅଫିସ ଓ ସର୍କଲ ଅଫିସରେ ଉପଲବ୍ଧ ହେବ ।

ସୂଚୀରେ ଥିବା ନାମ ଓ ବାଦ ପଡିଥିବା ନାମ ଏନଆରସି ଓ୍ବେବସାଇଟରେ ଅନଲାଇନ ଦେଖି ହେବ । ଲୋକେ ଆବେଦନ ରସିଦର ଉପଯୋଗ କରି ଅନଲାଇନରେ ନିଜ ନାମ ଯାଞ୍ଚ କରିପାରିବେ ।

ଯଦି କେହି ନିଜ ନାମ ଏନଆରସି ତାଲିକାରେ ନ ପାଆନ୍ତି ତେବେ ହଠାତ ଡରିବାର କୌଣସି ଆବଶ୍ୟକତା ନଥିବା ଲୋକଙ୍କୁ ପରାମର୍ଶ ଦିଆଯାଛି । ସୂଚୀରୁ ବାଦ ପଡିଥିବା ଲୋକଙ୍କୁ ଯଥା ସମ୍ଭବ ଆଇନଗତ ସହାୟତା ଦିଆଯିବା ନେଇ ପ୍ରତିଶ୍ରୃତି ଦିଆଯାଇଛି ।

19 ଲକ୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ନିର୍ବାସନ ଗୃହ

ଯେଉଁ ଲୋକଙ୍କୁ ଫରେନର ଟ୍ରିବ୍ୟୁନାଲ ଦ୍ବାରା ଖାରଜ କରାଯିବ ତଥା ସବୁ ଆଇନଗତ ରାସ୍ତା ବନ୍ଦ ହୋଇଯାଇଥିବ ସେମାନଙ୍କୁ ବିଦେଶୀ ଘୋଷଣା କରାଯାଇପାରେ । ବିଦେଶୀ ଘୋଷଣା ହେବାକୁଥିବା ଲୋକଙ୍କୁ 6ଟି ନିର୍ବାସନ କେନ୍ଦ୍ର ମଧ୍ୟରୁ ଗୋଟିକରେ ରଖାଯାଇ ପାରେ । ଏଥିପାଇଁ କେବଳ ବାଂଲାଦେଶର ସହଯୋଗକୁ ଅପେକ୍ଷା କରାଯାଇଛି।

ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ଦ୍ବାରା ଖାରଜ ହେବାକୁ ଥିବା ଲୋକଙ୍କ ପାଇଁ 10ଟି ନୂଆ ଶିବିରର ଘୋଷଣା କରଯାଇଛି । ଆସାମର ରାଜଧାନୀ ଗୌହାଟୀର ଗୋଲପାରାରେ 3000 ଜଣଙ୍କ ପାଇଁ ଏକ ଶିବିରର ନିର୍ମାଣ କାର୍ଯ୍ୟ ଚାଲିଛି।

ABOUT THE AUTHOR

...view details