ଓଡିଶା

odisha

ETV Bharat / bharat

ହାତଯୋଡି ସୀତାରମଣଙ୍କ ଚେତାବନୀ: ରାଜନୀତି କରନି, ସୁବିଧା କର - ଆତ୍ମନିର୍ଭର ଭାରତ ପ୍ୟାକେଜ

ଆତ୍ମନିର୍ଭର ଭାରତ ପ୍ୟାକେଜ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାହୁଲ ଶ୍ରମିକଙ୍କ ସହ ରାସ୍ତାରେ କଥା ହେବାକୁ ଡ୍ରାମାବାଜି କହିଛନ୍ତି ନିର୍ମଳା । ଅଧିକ ପଢନ୍ତୁ...

ହାତଯୋଡି ସୀତାରମଣଙ୍କ ଚେତାବନୀ: ରାଜନୀତି କରନି, ସୁବିଧା କର
ହାତଯୋଡି ସୀତାରମଣଙ୍କ ଚେତାବନୀ: ରାଜନୀତି କରନି, ସୁବିଧା କର

By

Published : May 17, 2020, 5:06 PM IST

ନୂଆଦିଲ୍ଲୀ: ସାରା ବିଶ୍ବକୁ କବଳିତ କରିଛି ମହାମାରୀ କୋରୋନା । ମହାମାରୀ ବିରୋଧରେ ଭାରତ ଏକ ପ୍ରକାରର ଯୁଦ୍ଧ ଲଢୁଛି । କୋରୋନାକୁ ପ୍ରତିହତ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ଉଠାଉଛନ୍ତି । ଏପରି ଘଡିସନ୍ଧି ମୁହୂର୍ତ୍ତରେ କେଉଁଠି ନା କେଉଁଠି ନେତାଙ୍କ ରାଜନୀତି କୋରୋନାର ଚିନ୍ତା ଠୁ ଆହୁରି ବଳିଯାଇଛି । ଗୋଟିଏ ପକ୍ଷେ ଦଳ, ସମୁଦାୟ ଜାତିରେ କୌଣସି ଭେଦଭାବ ନଦେଖି ମହାମାରୀ ସମସ୍ତଙ୍କୁ ନିଜ ଆୟତ୍ତକୁ ନେଉଥିବା ବେଳେ ଏହା ସହ ମୁକାବିଲା କରିବା ପରିବର୍ତ୍ତେ ରାଜନୈତୀକ ଦଳ ନେତାମାନେ ନିଜ ରାଜନୀତିକୁ ଜାବୁଡି ଧରିଛନ୍ତି । ଏହି ଲକଡାଉନ ସମୟରେ ସବୁଠୁ ଅଧିକ କଷ୍ଟ ସହୁଛନ୍ତି ଶ୍ରମିକ । ତେବେ ଶ୍ରମିକଙ୍କୁ ନେଇ ବିରୋଧି ଦଳ ନିଜ ଆଡକୁ ଆକୃଷ୍ଠ କରିବା ପାଇଁ ରାଜନୀତିକୁ ଅସ୍ତ୍ର କରି ଏଥିରୁ ଫାଇଦା ନେବାରୁ ପ୍ରୟାସ କରୁଛନ୍ତି । ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ ।

ହାତଯୋଡି ସୀତାରମଣଙ୍କ ଚେତାବନୀ: ରାଜନୀତି କରନି, ସୁବିଧା କର

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରବାସୀ ଶ୍ରମିକଙ୍କ ସହ କଥାବାର୍ତ୍ତାକୁ 'ଡ୍ରାମାବାଜି' ସହ ତୁଳନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ରାସ୍ତାରେ ବସି ଶ୍ରମିକଙ୍କ ସହ କଥା ହେବା ଦ୍ବାରା ସେମାନଙ୍କ ସମସ୍ୟାର ସମାଧାନ ହେବନାହିଁ । ଯଦି ରାହୁଲ ଶ୍ରମିକଙ୍କ ପିଲାଛୁଆ ସେମାନଙ୍କ ଜିନିଷପତ୍ର ନେଇ ରାସ୍ତାରେ ଚାଲିଥାନ୍ତେ ତେବେ ଭଲ ହୋଇଥାନ୍ତା। କଂଗ୍ରେସ ପାର୍ଟି ଆମକୁ ପ୍ରତିଦିନ 'ଡ୍ରାମାବାଜ୍' ବୋଲି କହିଥାଏ । ହେଲେ ଗତକାଲି କ’ଣ ହେଲା ? ରାସ୍ତାରେ ଯାଉଥିବା ପ୍ରବାସୀମାନଙ୍କ ସହ ବସି କଥାବାର୍ତ୍ତା କରିବାର ସମୟ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସୀତାରମଣ ।

ସୀତାରମଣ ଆହୁରି ମଧ୍ୟ କହିଛନ୍ତି, ଯେଉଁ ରାଜ୍ୟଗୁଡିକରେ କଂଗ୍ରେସ ସରକାର ରହିଛି ସେମାନେ ଅଧିକ ଟ୍ରେନ୍ ମାଗିବା ଉଚିତ୍ । ପ୍ରବାସୀମାନଙ୍କୁ ନିଜ ଘରକୁ ପଠାଇବାର ଆବଶ୍ୟକତା ରହିଛି। ଶ୍ରମିକମାନେ ରାସ୍ତାରେ ଯିବା ସମୟରେ ସେମାନଙ୍କ ସହ କଥାବାର୍ତ୍ତା କରି ସମୟ ନଷ୍ଟ କରିବା ପରିବର୍ତ୍ତେ ଅଧିକ ଟ୍ରେନ୍ ମାଗିବା ଉଚିତ ବୋଲି ନୀର୍ମଳା ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି । ଅନ୍ୟପକ୍ଷେ ଦାୟିତ୍ବସମ୍ପନ୍ନ ହୋଇ ପ୍ରବାସୀ ଶ୍ରମିକଙ୍କ ଆଲୋଚନା କରି ସମାନଙ୍କ ସମସ୍ୟାର ସମାଧାନ କରିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି ନିର୍ମଳା । ରାହୁଲ ଶନିବାର ଦିନ ନୂଆଦିଲ୍ଲୀର ସୁଖଦେବ ବିହାର ଫ୍ଲାଏ ଓଭର ନିକଟରେ ବୁଲୁଥିବା ପ୍ରବାସୀ ଶ୍ରମିକଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଥିଲା ।

@ANI

ABOUT THE AUTHOR

...view details