ଓଡିଶା

odisha

ETV Bharat / bharat

କଣ ବିନା ଲକ୍ଷଣରେ କୋଭିଡ-19 ଯାଞ୍ଚ କରିବା ଅପରାଧ ?

‘‘ଯାଞ୍ଚ କରିବା କଣ ଅପରାଧ ? ଯଦିଓ ମୋର ଲକ୍ଷଣ ନାହିଁ , ତେବେ ମୁଁ ସଂକ୍ରମିତ କି ନୁହେଁ , ତାହା ଜାଣିବା କଣ ମୋର ଅଧିକାର ନାହିଁ ?’’ । ଅଧିକ ପଢନ୍ତୁ..

Biocon chief
Biocon chief

By

Published : Jun 26, 2020, 4:47 PM IST

ବେଙ୍ଗାଲୁରୁ: ବିନା ଲକ୍ଷଣରେ ବହୁ ସଂଖ୍ୟାରେ କୋରୋନା ଭାଇରସ ଯାଞ୍ଚ ଅନୁମତି ନ ଦେବା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କୁ ସମାଲୋଚନା କରିଛନ୍ତି ବାୟୋକନ ମୁଖ୍ୟ ତଥା ବାୟୋଟେକ୍ନୋଲୋଜି ଉଦ୍ୟୋଗର ଦିଗ୍ଗଜୟ କିରଣ ମଜୁମଦାର ଶ ।

ମଜୁମଦାର ଶ କହିଛନ୍ତି ଯେ, କୋଭିଡ-19 ସଂକ୍ରମଣ ହୋଇଛି କି ନାହିଁ ତାହା ଜାଣିବା ନେଇ ଲୋକଙ୍କ ଅଧିକାର ରହିଛି । ଦେଶର ଆକାରକୁ ଦୃଷ୍ଟିରେ ରଖି କୋଭିଡ-19 ଯୋଗୁଁ ଲକଡାଉନ ଉଠାଇ ଅର୍ଥବ୍ୟବସ୍ଥାକୁ ଖୋଲିବା ଦ୍ବାରା ସଂକ୍ରମଣ ମାମଲା ବୃଦ୍ଧି ନେଇ ସମ୍ଭାବନା ରହିଛି । ଆଉ ଏଭଳି ସମୟରେ ବିନା ଲକ୍ଷଣ ନଥିଲେ ବି ବହୁସଂଖ୍ୟକ ଲୋକଙ୍କୁ ଯାଞ୍ଚ ପାଇଁ ଆଇସିଏମଆ ଅନୁମତି ଦେଉନାହିଁ । ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମଜୁମଦାର ଶ ।

ସେ କହିଛନ୍ତି କି, ବର୍ତ୍ତମାନ କମ୍ପାନୀଗୁଡିକ ନିଜ କାର୍ଯ୍ୟାଳୟ ଓ କାରଖାନା ଖୋଲୁଛନ୍ତି । ଏଣୁ ସେମାନେ ସୁନିଶ୍ଚିତ କରିବାକୁ ଚାହାଁନ୍ତି କି ସେମାନଙ୍କ ପରିସରକୁ ଆସୁଥିବା ଲୋକ କୋଭିଡ ସଂକ୍ରମିତ କି ନୁହେଁ । ‘‘ ଏଥିମଧ୍ୟରୁ କିଛି ପଜେଟିଭି ହୋଇପାରନ୍ତି, କେତେକଙ୍କ ନିକଟରେ ଅଳ୍ପ ଲକ୍ଷଣ ଦେଖାଦେଇପାରେ। ତେବେ ମୁଁ କିପରି ଜାଣିବି ? ଆଇସିଏମଆର ଆମକୁ କାହିଁକି ଯାଞ୍ଚ କରିବାକୁ ରୋକୁଛି ? ଏହା ମୋ ବୁଝିବା ବାହାରେ । ହେଲେ ଦୁନିଆର ସମସ୍ତ ସ୍ଥାନରେ ସେମାନେ ଯାଞ୍ଚ ବା ପରୀକ୍ଷଣ ପାଇଁ ଅନୁମତି ଦେଉଛି । ’’ ଏନେଇ ପିଟିଆଇକୁ ମଜୁମଦାର ଜଣାଇଛନ୍ତି ।

ସେ କହିଛନ୍ତି କି, ‘‘ସରକାର ଏଭଳି ବ୍ୟବହାର କରୁଛନ୍ତି ଯେମିତି ଯାଞ୍ଚ କରିବା ଅପରାଧ ଅଟେ । ଯାଞ୍ଚ କରିବା କଣ ଅପରାଧ ? ଯଦିଓ ମୋର ଲକ୍ଷଣ ନାହିଁ , ତେବେ ମୁଁ ସଂକ୍ରମିତ କି ନୁହେଁ , ତାହା ଜାଣିବା କଣ ମୋର ଅଧିକାର ନାହିଁ କି ? ’’ ବିମାନ ଯାତ୍ରା କରୁଥିବା ଲୋକଙ୍କୁ ଯାଞ୍ଚ ପାଇଁ ସରକାର ଅନୁମତି ଦେଉଛନ୍ତି, ହେଲେ କାମକୁ ଆସୁଥିବା ଲୋକଙ୍କୁ ଏ ନେଇ ଅନୁମତି କାହିଁକି ମିଳୁନି ?

ABOUT THE AUTHOR

...view details