ଓଡିଶା

odisha

କୋଭିଡ ଟିକା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ଅଛି କି ?

By

Published : Sep 28, 2020, 7:16 AM IST

ଦେଶରେ କୋରୋନା ସଂକ୍ରମଣ ମାମଲା ଚରମ ସୀମାରେ ପହଞ୍ଚିଥିବାବେଳେ, ବର୍ତ୍ତମାନ ଏହାର ଟିକା ବାହାର କରିବା ନେଇ ପ୍ରୟାସ ଜାରି ରହିଛି । ଏପରି ସମୟରେ ସେରମ ଇଷ୍ଟିଚ୍ୟୁଟର ସିଇଓ କେନ୍ଦ୍ର ସରକାରଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି । ଅଧିକ ପଢନ୍ତୁ...

'କୋଭିଡ ଟିକା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ 80 ହଜାର କୋଟି ଅଛି କି ?'
'କୋଭିଡ ଟିକା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ 80 ହଜାର କୋଟି ଅଛି କି ?'

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାବାଲା ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କୁ ଏକ ବଡ ପ୍ରଶ୍ନ ପଚାରିଛନ୍ତି। ପୁନାବାଲା ସରକାରଙ୍କୁ ପଚାରିଛନ୍ତି ଯେ, କୋରୋନା ଭାଇରସ ମହାମାରୀ ବିରୁଦ୍ଧରେ ଭାରତ ପାଇଁ ପରବର୍ତ୍ତୀ ଆହ୍ବାନରେ କେନ୍ଦ୍ର ସରକାର COVID-19 ଟିକା କ୍ରୟ ଏବଂ ବଣ୍ଟନ କରିବା ପାଇଁ ଆସନ୍ତା ଏକ ବର୍ଷରେ 80,000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଛି ।

ଆଦର ପୁନାବାଲା ଟ୍ୱିଟରରେ ଲେଖିଛନ୍ତି ଯେ, "ଭାରତ ସରକାରଙ୍କ ପାଖରେ ଆସନ୍ତା ବର୍ଷ ପାଇଁ 80,000 କୋଟି ଟଙ୍କା ଅଛି କି ? କାରଣ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତରେ ସମସ୍ତଙ୍କ ପାଇଁ ଟିକା କିଣିବା ଏବଂ ବିତରଣ କରିବା ପାଇଁ ଏତେ ଟଙ୍କାର ଆବଶ୍ୟକତା ରହିଛି ? ଏହା ସହିତ ପୁନାବାଲା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଟ୍ୟାଗ କରି ଲେଖିଛନ୍ତି ଯେ, ଏହା ହେଉଛି ପରବର୍ତ୍ତୀ ଆହ୍ବାନ ଯାହାକୁ ଆମକୁ ସାମ୍ନା କରିବାକୁ ପଡିବ''।

ସୂଚନା ମୁତାବକ, ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦିତ ମାତ୍ରା ଅନୁଯାୟୀ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ, ଯାହା କୋରୋନା ପାଇଁ ବିଭିନ୍ନ ଟିକା ଉପରେ କାମ କରୁଛି। ଆଦର ପୁନାବାଲା ହେଉଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ । ତାଙ୍କ ପିତା ଡାକ୍ତର ସାଇରସ ପୁନାୱାଲା 1966 ମସିହାରେ ସେରମ ପ୍ରତିଷ୍ଠାନର ପ୍ରତିଷ୍ଠା କରିଥିଲେ। 2001 ରେ ଆଦର ତାଙ୍କ ପିତାଙ୍କ କମ୍ପାନୀରେ ଯୋଗ ଦେଇଥିଲେ । ସେରମ ଇନଷ୍ଟିଚ୍ୟୁଟ ଏବଂ ଏହାର ଅନ୍ତର୍ଜାତୀୟ ଅଭିବୃଦ୍ଧିରେ ତାଙ୍କର ବହୁତ ଅବଦାନ ରହିଛି ବୋଲି ବିଶ୍ୱାସ କରାଯାଏ ।

ABOUT THE AUTHOR

...view details