ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ଇରମିମ ସମିମ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ MBBS ପଢିବା ଲାଗି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଇରମିମ ଜଣେ ପଛୁଆବର୍ଗର ମହିଳା ଯାହାଙ୍କୁ କାଶ୍ମୀର ଭାଷାରେ ଗୁଜ୍ଜର ବୋଲି କୁହାଯାଏ । ସୀମାବର୍ତ୍ତୀ ଜିଲ୍ଲାର ଧନୋର ଗାଁର ସମିମ ସମସ୍ତ ଅସୁବିଧା ଓ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ପ୍ରିମିୟର ଇଷ୍ଟିଚ୍ୟୁଟରେ ପ୍ରବେଶ କରିବାକୁ କଠିନ ପରିଶ୍ରମ କରିଥିଲେ । ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ବେଲେ 10 କିମି ପାଦଚଲା ରାସ୍ତା ଅତିକ୍ରମ କରି ଯାଉଥିଲେ ସ୍କୁଲ ।