ଓଡିଶା

odisha

ETV Bharat / bharat

ଶ୍ରମିକ ସ୍ପେଶାଲ ଟ୍ରେନରେ ଆଇଆରସିଟିସି ବାଣ୍ଟିଛି 78 ଲକ୍ଷ ମିଲ - ଆଇଆରସିଟିସି ବାଣ୍ଟିଛି 78 ଲକ୍ଷ ମିଲ

ମେ 26 ଯାଏଁ 78 ଲକ୍ଷରୁ ଅଧିକ ମିଲ ଓ 1 କୋଟିରୁ ଉର୍ଦ୍ଧ୍ବ ପାଣି ବୋତଲ ବଣ୍ଟାଯାଇଛି । ମୋଟ 78 ଲକ୍ଷ 11 ହଜାର 575 ଖାଦ୍ୟ ଓ 1 କୋଟି 10 ଲକ୍ଷ 77 ହଜାର 830 ପାଣି ବୋତଲ ବାଣ୍ଟିଛି ଆଇଆରସିଟିସି । ଅଧିକ ପଢନ୍ତୁ...

ଶ୍ରମିକ ସ୍ପେଶାଲ ଟ୍ରେନରେ ଆଇଆରସିଟିସି ବାଣ୍ଟିଛି 78 ଲକ୍ଷ ମିଲ
ଶ୍ରମିକ ସ୍ପେଶାଲ ଟ୍ରେନରେ ଆଇଆରସିଟିସି ବାଣ୍ଟିଛି 78 ଲକ୍ଷ ମିଲ

By

Published : May 28, 2020, 12:41 PM IST

ନୂଆଦିଲ୍ଲୀ: ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରିବାରେ ସାହାଯ୍ୟ କରିଛି ଭାରତୀୟ ରେଳବାଇ । ମେ 1ରୁ ଚାଲିଛି ଶ୍ରମିକ ସ୍ପେଶାଲ ଟ୍ରେନ । ତେବେ ଏହି ଟ୍ରେନରେ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି ଭାରତୀୟ ରେଲୱେର କ୍ୟାଟେରିଂ ଓ ଟୁରିଜିମ୍ କର୍ପୋରେସନ(ଆଇଆରସିଟିସି) ।

ମେ 26 ଯାଏଁ ଏହି ଟ୍ରେନମାନଙ୍କରେ ଆଇଆରସିଟିସି ପକ୍ଷରୁ 78 ଲକ୍ଷରୁ ଅଧିକ ମିଲ ଓ 1 କୋଟିରୁ ଉର୍ଦ୍ଧ୍ବ ପାଣି ବୋତଲ ବଣ୍ଟାଯାଇଛି । ମୋଟ 78 ଲକ୍ଷ 11 ହଜାର 575 ଖାଦ୍ୟ ଓ 1 କୋଟି 10 ଲକ୍ଷ 77 ହଜାର 830 ପାଣି ବୋତଲ ବାଣ୍ଟିଛି ଆଇଆରସିଟିସି । ଏହାର ଶହ ଶହ କର୍ମଚାରୀ ବିଭିନ୍ନ ଟ୍ରେନ ଓ ଷ୍ଟେସନରେ ଏହି ଖାଦ୍ୟ ପୁଡିଆ ଓ ବୋତଲ ବାଣ୍ଟିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆଇଆରସିଟିସି ସୂଚନା ଦେଇଛି ।

ମେ 1ରୁ ଏବେ ଯାଏଁ ମୋଟ 3200 ଟ୍ରେନ ଚାଲିଥିବାବେଳେ ଏଥିରେ ଯାଉଥିବା ସମସ୍ତ ଶ୍ରମିକ ଓ ପ୍ରବାସୀ ନାଗରିକଙ୍କୁ ଖାଦ୍ୟ ଓ ପାନୀୟ ବାଣ୍ଟିଛନ୍ତି ଏହାର କର୍ମଚାରୀ । ଏଥିପାଇଁ ରେଳବାଇ ପକ୍ଷରୁ ଏମାନଙ୍କୁ ପ୍ରଶଂସା କରାଯାଇଛି । ଏବେ ସୁଦ୍ଧା ପ୍ରାୟ 44 ଲକ୍ଷରୁ ଅଧିକ ଲୋକ ଏହି ଟ୍ରେନ ଦ୍ବାରା ନିଜ ନିଜ ଘରେ ପହଞ୍ଚିଛନ୍ତି ।

ABOUT THE AUTHOR

...view details