କୋଭିଡ-୧୯ ମହାମାରୀ ଓ ଇରାନ ବିରୋଧରେ ଅମେରିକାର କଟକଣା ଯୋଗୁଁ ଭାରତ-ଇରାନ ସଂପର୍କ ସାମୟିକ ଭାବେ ପ୍ରଭାବିତ ହୋଇଛି । ଇରାନର ଜଣେ ବରିଷ୍ଠ କୂଟନୀତିଜ୍ଞ ଏଭଳ ମତ ଦେଇଛନ୍ତି । କିନ୍ତୁ ଦୀର୍ଘଦିନ ଧରି ରହିଆସିଥିବା ଦ୍ୱିପାକ୍ଷିକ ସମ୍ପର୍କ ଓ ବୁଝାମଣା ବଜାୟ ରଖିବା ପାଇଁ ଦୁଇ ଦେଶ ଗଭୀର ଭାବେ ସଂକଳ୍ପବଦ୍ଧ ବୋଲି ସଂପୃକ୍ତ କୂଟନୀତିଜ୍ଞ କହିଛନ୍ତି ।ଇଟିଭି ଭାରତକୁ ଏକ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ହାଇଦ୍ରାବାଦ ସ୍ଥିତ ଇରାନର କନସଲ ଜେନେରାଲ ମହମ୍ମଦ ହାଗବିନ୍ ଘୋମି କହିଛନ୍ତି ଚାବାହର ବନ୍ଦରର ବିକାଶ ନେଇ ମିଡିଆରେ ବାହାରିଥିବା ଖବରକୁ ଖଣ୍ଡନ କରିଛନ୍ତି । ଚାବାହର ବନ୍ଦର ଓ ଜାହିଦାନ ମଧ୍ୟରେ ଏକ ରେଳବାଇ ପ୍ରକଳ୍ପରେ ଭାରତର ପୁଂଜି ବିନିଯୋଗ ଯୋଜନାକୁ ବାତିଲ କରିଦିଆଯାଇଛି ବୋଲି ପ୍ରଚାରିତ ମିଡିଆ ଖବରକୁ ଘୋମି ଅସ୍ୱୀକାର କରିଛନ୍ତି । ସଂପୃକ୍ତ ପ୍ରକଳ୍ପରେ ଚୀନ୍ର ପୁଂଜି ବିନିଯୋଗ ପାଇଁ ପଥ ପରିଷ୍କାର କରିବାକୁ ଏପରି ହୋଇଛି ବୋଲି ଖବର ଆସିଥିଲା ।
ଇରାନର କନସେଲ ଜେନେରାଲ କହିଛନ୍ତି ଯେ, ଚାବାହରରେ ଭିତ୍ତିଭୂମି ଓ ବନ୍ଦର ବ୍ୟବସ୍ଥାର ବିକାଶ ପାଇଁ ଭାରତର ୧୫୦ ମିଲିଅନ ଆମେରିକୀୟ ଡଲାରର ପୁଂଜିନିବେଶ ପ୍ରସ୍ତାବ ବାତିଲ ହୋଇନାହିଁ । ଏ ନେଇ ମିଡିଆ ଅବଗତ ନାହିଁ ବୋଲି କନସେଲ ଜେନେରାଲ ଘୋମି ଇଟିଭି ଭାରତକୁ କହିଛନ୍ତି । ସେ କହିଛନ୍ତି ଯେ, ଦୁଇ ଦେଶର ଅଧକାରୀ ବା ସରକାରଙ୍କ ପକ୍ଷରୁ କୌଣସି ନକାରାତ୍ମକ ରିପୋର୍ଟ ଆସିନାହିଁ । ସେ ସ୍ପଷ୍ଟ କରିଛନ୍ତି ଯେ, ଚାବାହରରେ ଚୀନ୍ ଭାରତର ସ୍ଥାନ ନେଇନାହିଁ । ଘୋମି କହିଛନ୍ତି ଯେ, ଇରାନ ଚାବାହର ପ୍ରକଳ୍ପରେ ସ୍ୱାଧୀନ ଭାବେ ପୁଂଜିନିବେଶ କରୁଛି । ଚୀନର ପୁଂଜିନିବେଶ ସଂପର୍କିତ ଖବରରେ କୌଣସି ସତ୍ୟତା ନାହିଁ । ଭାରତ ପାଇଁ ଥିବା ପ୍ରସ୍ତାବ ବାତିଲ ହୋଇନାହିଁ । ପୋର୍ଟ ଫେସାଲିଟି ବିକଶିତ କରିବା ପାଇଁ ଭାରତ ଆଗ୍ରହୀ ଅଛି ବୋଲି ଘୋମି କହିଛନ୍ତି । ବିଭିନ୍ନ ଦେଶ ସହ ଦୁଇ ଦେଶର ସଂପର୍କ ଯାହା ଥାଉ ନା କାହିଁକି ଭାରତ ଓ ଇରାନର ସଂପର୍କକୁ ତାହା ପ୍ରଭାବିତ କରିବ ନାହିଁ । ଲଦାଖରେ ଚୀନ ଅନୁପ୍ରବେଶ ଭଳି ଘଟଣା ଭାରତ ଓ ଇରାନର ସଂପର୍କକୁ ପ୍ରଭାବିତ କରିଛି ବୋଲି ଭାବିବା ଭୁଲ୍ ବୋଲି କନସେଲ ଜେନେରାଲ ଘୋମି କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଘୋମି କହିଛନ୍ତି ଯେ, କୋଭିଡ ମହାମାରୀ ବ୍ୟାପିଲା ପରେ ଭାରତ ଓ ଇରାନ ପରସ୍ପରର ନାଗରିକଙ୍କ ସୁରକ୍ଷା ଓ ନିରାପଦ ଯାତ୍ରା ପାଇଁ ମିଳିମିଶି କାମ କରିଥିଲେ । ପାଖାପାଖି ୨ ହଜାର ଛାତ୍ରଛାତ୍ରୀ ଇରାନରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ସୂଚନା ଦେଇଛନ୍ତି ଘୋମି ।
ଇରାନ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପ୍ରସଙ୍ଗରେ ...