ଓଡିଶା

odisha

ETV Bharat / bharat

ଦିଦିଙ୍କ ପାଦ ଛୁଇଁଲେ IPS ଅଫିସର, ଟାର୍ଗେଟ କଲା ବିଜେପି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଦ ସ୍ପର୍ଶ କଲେ ପଶ୍ଚିମ ରେଞ୍ଜର ଆଇପିଏସ ଅଫିସର ରାଜୀବ ମିଶ୍ର । ଏହି ଭିଡିଓ ଭାଇରାଲ ହେବା ପରେ ମମତାଙ୍କୁ ଟାର୍ଗେଟ କଲା ବିଜେପି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 28, 2019, 10:42 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କିଛି ଅଫିସରଙ୍କୁ ଓ ଲୋକଙ୍କୁ ଖୋଇ ଦେଉଛନ୍ତି । ଏହି ସମୟରେ ଜଣେ ଆଇପିଏସ ଅଫିସରଙ୍କୁ ମଧ୍ୟ ସେ ମିଠା ଖୁଆଇଥିଲେ । ତେବେ ପରେ ପୋଲିସ୍ ଡ୍ରେସରେ ଥିବା ଏହି ଆଇପିଏସ ଜଣଙ୍କ ମମତାଙ୍କ ପାଦ ଛୁଇଁ ଥିଲେ । ଯାହାକୁ ନେଇ ମମତାଙ୍କୁ ଟାର୍ଗେଟ କରିଛି ବିଜେପି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

କିଛି ଦିନ ତଳେ ମମତା ବାନାର୍ଜୀ ପୂର୍ବ ମିଦାନପୁର ଜିଲ୍ଲାର ଦିଘା ଅଞ୍ଚଳକୁ ଯାଇଥିଲେ । ଏହି ସମୟରେ ସେ ନିଜ ସାଥିରେ ଥିବା ଅଫିସରଙ୍କୁ ନିଜ ହାତରେ ମିଠା ଖୁଆଇଥିଲେ । ତେବେ ମମତା ବାନାର୍ଜୀ ପଶ୍ଚିମ ରେଞ୍ଜର ଆଇପିଏସ ଅଫିସର ରାଜୀବ ମିଶ୍ରଙ୍କୁ ମଧ୍ୟ ସେହି ସମୟରେ ମିଠା ଖୁଆଇଥିଲେ । ମମତା ତାଙ୍କୁ ମିଠା ଖୁଆଇବା ପରେ ରାଜୀବ ମିଶ୍ର ତାଙ୍କ ପାଦ ସ୍ପର୍ଶ କରିଥିଲେ ।

ସେପଟେ କାର୍ଯ୍ୟରତ ଆଇପିଏସ ଅଫିସରଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛି ବିଜେପି । ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୌଳାଶ ବିଜୟବର୍ଗୀୟ ଟ୍ବିଟ କରି ମମତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଦିଦିଙ୍କ ଆଗରେ ଖାକି ନତମସ୍ତକ ! କାର୍ଯ୍ୟରତ ଆଇପିଏସ ଅଧିକାରୀ ମମତା ବାନାର୍ଜୀଙ୍କ ଚରଣ ସ୍ପର୍ଶ କରିଛନ୍ତି । ଏହା କିଭଳି ବ୍ୟବସ୍ଥା ଏବଂ କିଭଳି ଲୋକତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି ।

ABOUT THE AUTHOR

...view details