ଓଡିଶା

odisha

ETV Bharat / bharat

ଦିଲ୍ଲୀର ସମସ୍ତ କୋର୍ଟରେ ଇଣ୍ଟରନେଟ୍ ସମସ୍ୟା, ସରକାର-MTNLକୁ ନିର୍ଦ୍ଦେଶ

ଦିଲ୍ଲୀର ଜିଲ୍ଲା କୋର୍ଟ ସମେତ ଦିଲ୍ଲୀ ହାଇକୋର୍ଟରେ ଇଣ୍ଟରନେଟ୍ ସଂଯୋଗରେ ଉନ୍ନତି ଆଣିବା ପାଇଁ ଦାଖଲ ହୋଇଛି ଜନହିତ ଯାଚିକା ।

ଦିଲ୍ଲୀର ସମସ୍ତ କୋର୍ଟରେ ଇଣ୍ଟରନେଟ୍ ସମସ୍ୟା
ଦିଲ୍ଲୀର ସମସ୍ତ କୋର୍ଟରେ ଇଣ୍ଟରନେଟ୍ ସମସ୍ୟା

By

Published : Oct 14, 2020, 5:36 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଜିଲ୍ଲା କୋର୍ଟ ସମେତ ଦିଲ୍ଲୀ ହାଇକୋର୍ଟରେ ଇଣ୍ଟରନେଟ୍ ସଂଯୋଗରେ ଉନ୍ନତି ଆଣିବା ପାଇଁ ଦାଖଲ ହୋଇଛି ଜନହିତ ଯାଚିକା । ଏହି ଯାଚିକାର ଶୁଣାଣି ବେଳେ ହାଇକୋର୍ଟ, ଦିଲ୍ଲୀ ସରକାର ଓ MTNL କୁ ଏହି ମାମଲାରେ ଆବେଦନକାରୀଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶ ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆବେଦନରେ ଉଲ୍ଲେଖ କରାଯାଇଛି ଯେ ମାର୍ଚ୍ଚରେ ଲକଡାଉନ୍ ପରେ କ୍ରମାଗତ କୋରୋନା ମାମଲା ବୃଦ୍ଧି ହେତୁ ଅଧିକାଂଶ ମାମଲାର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ କରାଯାଇଛି ମାତ୍ର ପ୍ରାୟତଃ ଇଣ୍ଟରନେଟ୍ ସଂଯୋଗ ଦୁର୍ବଳ ଥିବା କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ଶୁଣାଣିକୁ ଅଣଦେଖା କରାଯାଇଛି ।

ଏଭଳି ପରିସ୍ଥିତିରେ ଦିଲ୍ଲୀର ସମସ୍ତ ଜିଲ୍ଲା କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟରେ ଇଣ୍ଟରନେଟ୍ ସଂଯୋଗର ସମସ୍ୟାର ସମାଧାନ ପାଇଁ କୋର୍ଟ କମ୍ପ୍ଲେକ୍ସରେ ଅପ୍ଟିକାଲ୍ ଫାଇବର ଲାଇନ ସଂଯୋଗ କରାଯିବା ଉଚିତ୍। ଓକିଲଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଆବେଦନ କରିଥିବା ଓକିଲ ସତ୍ୟନାରାୟଣ ଶର୍ମା କହିଛନ୍ତି ଯେ ଜିଲ୍ଲା କୋର୍ଟର 70 ପ୍ରତିଶତ ଓକିଲ ସେମାନଙ୍କ ଚାମ୍ବରରେ ବସି ଭର୍ଚୁଆଲ୍ ଶୁଣାଣିରେ ଭାଗ ନେଉଛନ୍ତି କିନ୍ତୁ ଭିଡିଓ କନେକ୍ଟିଭିଟି ଖରାପ ହେତୁ ବେଳେବେଳେ ଭିଡିଓ କିମ୍ବା ଅଡିଓ ଭଲ ଭାବରେ ଆସୁନାହିଁ । ଏହା ଦ୍ବାରା କୋର୍ଟର ମୂଲ୍ୟବାନ ସମୟ ମଧ୍ୟ ନଷ୍ଟ ହେଉଛି ।

ବିଦେଶରେ ଭର୍ଚୁଆଲ ଶୁଣାଣି ପାଇଁ ଇଣ୍ଟରନେଟର ବେଗ 500mbps ରେ ରଖାଯାଉଛି କିନ୍ତୁ ଭାରତରେ ଏହାର ଗତି 100mbps ଅଟେ। ବର୍ତ୍ତମାନ ଦିଲ୍ଲୀର କୌଣସି କୋର୍ଟରେ ସାଇବର ଲାଇନ ନାହିଁ। ଆବେଦନକାରୀ ଦର୍ଶାଇଛନ୍ତି ଯେ ବଢୁଥିବା କୋରୋନା ମାମଲା କାରଣରୁ ଯଦି ପୁନର୍ବାର ଲକଡାଉନ୍ ପରିସ୍ଥିତି ଆସେ ତେବେ ନ୍ୟାୟିକ ଶୁଣାଣିରେ ବାଧା ଉପୁଜିବ ।

ABOUT THE AUTHOR

...view details