ଓଡିଶା

odisha

By

Published : Jan 31, 2021, 10:40 PM IST

ETV Bharat / bharat

ହରିୟାଣାରେ ବଢିଲା ଇଣ୍ଟରନେଟ ବ୍ୟାନ ସମୟସୀମା

କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଲକ୍ଷ୍ୟ କରି ହରିୟାଣାର ବିଜେପି ସରକାର ଇଣ୍ଟରନେଟ ସେବା ବ୍ୟାନ କରିବା ସମୟ ସୀମା ବଢାଇ ଦେଇଛନ୍ତି । ହରିୟାଣାରେ ଏବେ ଫେବୃୟାରୀ 1 ତାରିଖ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ହରିୟାଣାରେ ଇଣ୍ଟରନେଟ ବ୍ୟାନ ସମୟସୀମା ବଢିଲା
ହରିୟାଣାରେ ଇଣ୍ଟରନେଟ ବ୍ୟାନ ସମୟସୀମା ବଢିଲା

ଚଣ୍ଡିଗଡ: କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଲକ୍ଷ କରି ହରିୟାଣାର ବିଜେପି ସରକାର ଇଣ୍ଟରନେଟ ସେବା ବ୍ୟାନ କରିବାର ସମୟ ସୀମା ବଢାଇ ଦେଇଛନ୍ତି । ହରିୟାଣାରେ ଏବେ ଫେବୃୟାରୀ 1 ତାରିଖ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି । ଏଥିଯୋଗୁଁ 14ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ ।

ରବିବାର ହରିୟାଣାର ଖଟର ସରକାର ଭଏସ କଲକୁ ଛାଡି ମୋବାଇଲ ନେଟଓ୍ବର୍କର ସମସ୍ତ ଇଣ୍ଟରନେଟ (2G/3G/4G/CDMA/GPRS), ଏସଏମଏସ ସର୍ଭିସ ଏବଂ ସମସ୍ତ ଡଙ୍ଗଲ ସର୍ଭିସ ଆଦି ବନ୍ଦ କରାଯିବାର ସମୟ ସୀମା ବଢାଇ ଦିଆଯାଇଛି।

ଯେଉଁ ଅଞ୍ଚଳ ଗୁଡିକରେ ଏହି ସେବା ବନ୍ଦ ରହିବ ସେଗୁଡିକ ହେଲା, ଆମ୍ବାଲା, କୁରୁକ୍ଷେତ୍ର, କରନାଲ, କୈଥଲ, ପାନିପଥ, ହିସାର, ଜୀନ୍ଦ, ରୋହତକ, ଭିବାନୀ, ସିରସା, ଫତେହାବାଦ, ଚରଖି ଦାଦରି, ସୋନିପତ ଏବଂ ଝଜ୍ଜର । ଏହା ପୂର୍ବରୁ ହରିୟାଣାରେ 17 ଜିଲ୍ଲାର ଇଣ୍ଟରନେଟ ସେବା ଉପରେ ରୋକ ଲଗାଯାଇଥିଲା ।

ଗାଜିଆବାଦ ସୀମାରେ କୃଷକ ନେତା ରାକେଶ ଟିକାୟତଙ୍କ ଭାବୁକ ଆବେଦନ ପରେ ପଶ୍ଚିମ ଉତ୍ତର ପ୍ରଦେଶ, ହରିୟାଣା ସହିତ ଅନେକ ଅଞ୍ଚଳର କୃଷକ ଆହୁରି ଉଗ୍ର ହୋଇ ଉଠିଛନ୍ତି । ଏହାକୁ ନେଇ ମୁଜାଫରନଗରର କୃଷକ ମାନେ ମହାପଞ୍ଚାୟତ ଡାକିଥିଲେ । ଏଥିସହିତ ଘୋଷଣା କରିଥିଲେ ଯେ, ଆନ୍ଦୋଳନକୁ ଆହୁରି ପ୍ରଖର କରିବେ । ମୁଜାଫରନଗର ପରେ ୟୁପିର ବିଜନୌର ଏବଂ ଜୀନ୍ଦ ଠାରେ ମଧ୍ୟ ମହାପଞ୍ଚାୟତ ଡକାଯାଇଥିଲା । ଏଥି ସହିତ ଗାଜୀପୁର ସୀମାରେ ରାକେଶ ଟିକାୟତଙ୍କ ବିରୋଧରେ ପ୍ରଶାସନର ବ୍ୟବହାରରେ କୃଷକ ମାନେ କ୍ରୋଧାନ୍ବିତ । ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ABOUT THE AUTHOR

...view details