ଓଡିଶା

odisha

ETV Bharat / bharat

ଚା' ପାଇଁ ଦିନଟିଏ: ପିଅନ୍ତୁ ଚା', ରୁହନ୍ତୁ ଫ୍ରେସ୍‌

ଚା' ଆମ ଶରୀର ପାଇଁ ବେଶ ଲାଭଦାୟକ ଅଟେ । ଚା' ପାନ ଦ୍ବାରା ଦୂର ହୋଇଥାଏ ଥକ୍କା ପଣ ଓ ଅନେକ ରୋଗ ବ୍ୟାଧି । ଅଧିକ ପଢନ୍ତୁ ...

International Tea day
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Dec 15, 2019, 11:12 AM IST

Updated : Dec 15, 2019, 1:10 PM IST

ହାଇଦ୍ରାବାଦ: ଦୁନିଆରେ ସବୁଠୁ ଅଧିକ ପାନୀୟ ଭାବେ ବ୍ୟବହାର କରାଯାଉଥିବା ପଦାର୍ଥ ହେଉଛି ଚା' । ଯାହା ଆପଣଙ୍କର ଦିନ ସାରାର ଥକାନ ଓ ଷ୍ଟ୍ରେସକୁ ଦୂର କରିଥାଏ । ଚା' ଠାରୁ ଅଧିକ ଆରାମ ପହଞ୍ଚାଉଥିବା ପାନୀୟ ଆଉ କିଛି ନଥାଇ ପାରେ । ତେବେ ଭାରତ ଭଳି ଦେଶରେ ଚା'କୁ ଯେ କେବଳ ଲୋକେ ପାନୀୟ ଭଳି ବ୍ୟବହାର କରନ୍ତି ତାହା ନୁହେଁ ଏହା ଲୋକଙ୍କ ପାଇଁ ଗୋଟେ ପ୍ରକାର ଇମୋସନ ଓ ଔଷଧ ବି । ସେଥିପାଇଁ ତ ଅଧିକାଂଶ ଲୋକଙ୍କର ସକାଳ ଆରମ୍ଭ ହୁଏ କପେ ଚା' ପିଇବା ପରେ । ତେବେ ଡିସେମ୍ବର 15 ଆଜିର ଦିନକୁ 'ଇଣ୍ଟରନ୍ୟାସନଲ ଟି ଡେ' ଭାବେ ପାଳନ କରାଯାଇଥାଏ । ଏହା ପ୍ରଥମେ 2005ରେ ଚା' ଚାଷ ହେଉଥିବା ଦେଶ ବାଙ୍ଗଲାଦେଶ,ଶ୍ରୀ ଲଙ୍କା, ନେପାଳ, ଭିଏତନାମ, ଇଣ୍ଡୋନେସିଆ, କେନିଆ, ମାଲାଓ୍ବି, ମାଲେସିୟା, ଉଗାନ୍ଦ, ଇଣ୍ଡିଆ ଓ ତାନଜାନିଆରେ ପାଳନ କରାଯାଇଥିଲା ।

ଚା'ରେ ରହିଛି ଅନେକ ଗୁଣ

ଚା'ର ପ୍ରକାର ଭେଦ

ବର୍ତ୍ତମାନ ମାର୍କେଟରେ ବିଭିନ୍ନ ପ୍ରକାର ଚା' ଉପଲବ୍ଧ ହେଉଛି । ଯେମିତିକି, ଗ୍ରୀନ ଟି, ବ୍ଲାକ ଟି, ହରବାଲ ଟି, ହ୍ବାଇଟ ଟି ଓ ଏଲୋ ବା ହଳଦିଆ ଟି । ସେହିଭଳି ଭାବେ ଲୋକଙ୍କର ଚାହିଦା ମଧ୍ୟ ବେଶ ବଢିବାରେ ଲାଗିଛି ଚା' ପ୍ରତି । କିନ୍ତୁ ଏବେ ଅନ୍ୟ ଚା' ଅପେକ୍ଷା ଗ୍ରୀନ ଟି ଓ ହରବାଲ ଟି ଲୋକଙ୍କ ମନ ମୋହୁଛି ।

ଶରୀର ପାଇଁ ବେଶ ଲାଭଦୟକ ହର୍ବଲ ଟି

ଚାଲନ୍ତୁ ଜାଣିବା ଚା' ସମ୍ପର୍କିତ କିଛି ହେଲଥ ଟିପ୍ସ

ହର୍ବଲ ଟି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ବେଶ ଔଷଧୀୟ ଗୁଣ ରହିଛି । ହର୍ବଲ ଟି ଫଳ ମଞ୍ଜି ଏବଂ ଗଛର ଚେରରେ ତିଆରି ହୋଇଥାଏ । ଏହା କ୍ୟାନସର ଭଳି ମାରାତ୍ମକ ରୋଗ ଠାରୁ ଦୂରେଇ ରଖେ । ଯଦି ଆପଣଙ୍କ ଆଖିରୁ ପାଣି ଗଳୁଛି ତେବେ ଏହି ଚାର ପତିକୁ ଗରମ ପାଣିରେ ଭିଜାଇ ଆଖିରେ ସେକ ଦେଲେ ଏହା ତୁରନ୍ତ ଆରାମ ଦେଇଥାଏ । ହର୍ବଲ ଟି ମନକୁ ଫୁର୍ତ୍ତି ଦେବା ସହ ଶରୀରକୁ ଆକ୍ଟିଭ କରିଥାଏ । ସକାଳୁ ଏହି ଚା' ପିଇବା ପରେ ଦିନସାରା ଫ୍ରେସ ଅନୁଭବ ହୋଇଥାଏ ।

ହ୍ବାଇଟ ଟି' ର ସ୍ବାଦ ଅତି ମନୋଲଭା

ଥଣ୍ଡା ଦିନ ମାନଙ୍କରେ ଚା'ର ଗୁରୁତ୍ବ ବେଶ ଅଧିକ ରହିଛି । ଦେଶରେ ଏକ କପ ଚା' ଅନେକ ସମସ୍ୟାର ସମାଧାନ କରିଥାଏ । ଯେମିତିକି ଶରୀର ଥକ୍କା ଦୂର କରିବା ସହ, ଥଣ୍ଡା, ମୁଣ୍ଡବନ୍ଧା, ନିଦ ଆଦି ଦୂର କରିଥାଏ । କାରଣ ଆଜିବି ଅନେକ ପରିବାର ରହିଛି ଯେଉଁଠି ମୁଣ୍ଡ ବିନ୍ଧା ହେଲେ ପ୍ରଥମେ ଚା' ଦେଇଥାନ୍ତି ଓ ପରେ ଔଷଧ । ତେବେ ଚା'ରେ ତୁଳସୀ ପକାଇ ପ୍ରସ୍ତୁତ କଲେ ଏହା ରାମବାଣ ସଦୃଶ କାମ ଦେଇଥାଏ । ଡାକ୍ତରଙ୍କ କହିବା ମୁତାବକ ଚା'ରେ ଆଣ୍ଟି-ଅକ୍ସିଡାଣ୍ଟ ପାଲିଫେନୋଲ ରହିଛି । ଯାହା ଏକ ଇନଫ୍ଲେମେଶନ ଫାଇଟରର କାମ କରିଥାଏ ।

ଶୀତୁଆ ସକାଳରେ ଚା'ର ମଜା ବେଶ ନିଆରା

ତେବେ ପ୍ରତ୍ୟେକ ଦିନ ଚା' ସେବନ କରୁଥିବା 40 ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା ଯେଉଁଥିରୁ ଦେଖିବାକୁ ମିଳିଥିଲା ଯେ, ଚା' ସେବନ କରିବା ଦ୍ବାରା ହୃଦ ରୋଗ, ଷ୍ଟ୍ରୋକ ଓ କିଛି ପ୍ରକାରର କ୍ୟାନସର ଦୂର ହୋଇଥାଏ । ତେବେ ଯେଉଁମାନେ ପ୍ରତିଦିନ ଅତ୍ୟଧିକ ଗ୍ରୀନ ଟି ପିଇଥାନ୍ତି ସେମାନଙ୍କ ନିକଟରେ 16 % ହୃଦରୋଗ କମ ଦେଖାଯାଇଥାଏ । ଗ୍ରୀନ ଟିରେ ଏକ ଇଞ୍ଜିସିଜି ରହିଥାଏ । ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଅଟେ । ଏହା କ୍ୟାନସର ସହ ଲଢିବାରେ କ୍ଷମତା ରଖିଥାଏ । ଖାଲି ସେତିକି ନୁହଁ ଗ୍ରୀନ ଟିରେ ଡାଇବେଟିସ ବା ମଧୁମେହ ଭଳି ରୋଗ କମ ହେବାରେ ସହାୟକ ହୋଇଥାଏ । ମିଳିଥିବା ସୂଚନାନୂସାରେ ଗୋଟିଏ ଦିନରେ ଯଦି 10 ରୁ 12 କପ ଗ୍ରୀନ ଟି ପିଆଯାଏ ତେବେ ଏହା ଶରୀରର ଓଜନ କମାଇବାରେ ସହାୟକ ହୋଇଥାଏ ।

Last Updated : Dec 15, 2019, 1:10 PM IST

ABOUT THE AUTHOR

...view details