ଓଡିଶା

odisha

ETV Bharat / bharat

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ - ଅନ୍ତର୍ଯ୍ୟାତୀୟ ଶ୍ରମିକ ଦିବସ

ଦେଶର ଉନ୍ନତି ଓ ବିକାଶ ଦିଗରେ କିଶାନ ଏବଂ ଶ୍ରମିକର ଭୂମିକା ସବୁଠୁ ଊର୍ଦ୍ଧ୍ବରେ । ତେଣୁ ଶ୍ରମିକଙ୍କୁ ସମ୍ମାନ ଜଣାଇ ମେ’ 1କୁ ଶ୍ରମିକ ଦିବସ ଭାବେ ପାଳନ କରାଯାଏ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 1, 2019, 12:27 PM IST

Updated : May 1, 2019, 12:35 PM IST

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଶ୍ରମିକଙ୍କ ପାଇଁ ଦିନଟିଏ । ଶ୍ରମିକଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଥାଏ । ଏହା ପ୍ରଥମେ 1889 ମସିହା ଆମେରିକାରେ ଓ ଭାରତର ଲେବର କିସାନ ପାର୍ଟି ଅଫ ହିନ୍ଦୁସ୍ତାନ ପକ୍ଷରୁ 1923 ମସିହା ମେ 1 ତାରିଖରେ ଚେନ୍ନାଇରେ ଆରମ୍ଭ ହୋଇଥିଲା ।

ପୂର୍ବରୁ ଶ୍ରମିକ ଓ କାରିଗରଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା । ଶ୍ରମିକମାନେ ଗୋଟିଏ ଦିନରେ 10 ରୁ 15 ଘଣ୍ଟା ପର୍ଯ୍ୟନ୍ତ କାମ କରୁଥିଲେ । ସେମାନଙ୍କ କାର୍ଯ୍ୟସ୍ଥଳୀ ଏତେ ଦୟନୀୟ ଓ ବିଷମ ଥିଲା ଯେ, ବେଳେବେଳେ କାମ କରୁଥିବା ସମୟରେ ଶ୍ରମିକଙ୍କର ମୃତ୍ୟୁ ମଧ୍ୟ ହୋଇଯାଉଥିଲା । ତେବେ ଏଭଳି ପରିସ୍ଥିତିରେ ଆମେରିକାର କିଛି ଶ୍ରମିକ 'ସମସ୍ୟା ନିବାରଣ ସଂଘ' ଓ 'ସମାଜବାଦୀ ସଂଘ' ଦ୍ବାରା ଶ୍ରମିକଙ୍କ ସୁବିଧା ପାଇଁ ଆନ୍ଦୋଳନ ଆରମ୍ଭ କଲେ ।

କିପରି ହେଲା ଏହି ଦିବସ

ଅନ୍ତର୍ଜାତୀୟ ସ୍ତରରେ ଶ୍ରମିକ ଦିବସ ମେ 1 ତାରିଖ 1886 ମସିହାରେ ଆରମ୍ଭ ହୋଇଥିଲା । ଆମେରିକାରେ ଶ୍ରମିକ ସଂଘ ଗୁଡିକ ମିଶି କେବଳ 8 ଘଣ୍ଟା ସମୟ ହିଁ କାମ କରିବୁ ତା'ଠାରୁ ଅଧିକ କାମ ନକରିବା ପାଇଁ ସ୍ଥିର କଲେ । ଏହାକୁ ନେଇ ବହୁ ଆନ୍ଦୋଳନ ମଧ୍ୟ ଚାଲିଲା । ଏହି ହରତାଳକୁ ନେଇ ସିକାଗୋର ହେମାର୍କେଟରେ ବମ ବ୍ଲାଷ୍ଟ ହେଲା । ଏହାପରେ ପରିସ୍ଥତିକୁ ଆୟତ୍ତକୁ ଆଣିବାପାଇଁ ପୋଲିସ ଶ୍ରମିକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ ଅନେକ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ 100ରୁ ଅଧିକ ଆହତ ହୋଇଥିଲେ ।

କେବେ ଠାରୁ ଲାଗୁ ହେଲା

ଏହାପରେ 1889 ମସିହାରେ ଅନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀର ଦ୍ବିତୀୟ ବୈଠକରେ ଏକ ପ୍ରସ୍ତାବ ପାରିତ ହେଲା । ଯେଉଁଥିରେ ଘୋଷଣା କରାଗଲାଯେ, ହେମାମାର୍କେଟର ନରସଂହାରରେ ମୃତ୍ୟୁ ହୋଇଥିବା ନିର୍ଦ୍ଦୋଶ ଶ୍ରମିକଙ୍କ ସ୍ମୃତିରେ ମେ'1କୁ ଇଣ୍ଟରନ୍ୟାସନାଲ ଲେବର ଡେ ବା ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯିବ । ଆଉ ଏହି ଦିନ ସମସ୍ତ ଶ୍ରମିକମାନେ କାମରୁ ବିରତି ନେବେ । ସେହିଦିନ ଠାରୁ ମେ'1କୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଏହି ଦିନରେ ଭାରତ ସମେତ ପ୍ରାୟ 80 ଦେଶରେ ଜାତୀୟ ଛୁଟି ଭାବେ ଘୋଷଣା କରାଯାଏ ।

Last Updated : May 1, 2019, 12:35 PM IST

ABOUT THE AUTHOR

...view details