ଓଡିଶା

odisha

ETV Bharat / bharat

ଆଇଆଇଟିରେ ପଢିବାକୁ ବଢୁଛି ଛାତ୍ରୀଙ୍କ ଆଗ୍ରହ - iit

ଦିନକୁ ଦିନ ବଢୁଛି ଶିକ୍ଷିତ ଛାତ୍ରୀଙ୍କ ସଂଖ୍ୟା । ଆଉ କେବଳ ସାକ୍ଷରତା ହେବାକୁ ଚାଁହୁନାହାନ୍ତି ଛାତ୍ରୀ

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ

By

Published : Feb 18, 2019, 11:42 PM IST

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ଶିକ୍ଷିତ ଛାତ୍ରୀଙ୍କ ସଂଖ୍ୟା । ଆଉ କେବଳ ସାକ୍ଷରତା ହେବାକୁ ଚାଁହୁନାହାନ୍ତି ଛାତ୍ରୀ। ବରଂ ଆଇଆଇଟି,ଏନଆଇଟି ଭଳି ଉନ୍ନତମାନର ଶିକ୍ଷାନୁଷ୍ଠାନରେ ପାଠ ପଢିବାକୁ ଆଗ୍ରହ ଦେଖାଉଛନ୍ତି ଛାତ୍ରୀ । କିଛି ଏଭଳି ରିପୋର୍ଟ ପ୍ରକାଶ କରିଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ମିଳିଥିବା ରିପୋର୍ଟ ମୁତାବକ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରୀମାନେ ଆଇଆଇଟି ଓ ଏନଆଇଟିରେ ପଢିବା ପାଇଁ ଆବେଦନ କରୁଛନ୍ତି ।


୨୦୧୪ରେ ଛାତ୍ରୀଙ୍କ ଆବେଦନ ହାର ୭ ପ୍ରତିଶତ ଥିବାବେଳେ ୨୦୧୮ରେ ଏହି ହାର ୧୬ ପ୍ରତିଶତରେ ପହଞ୍ଚିଛି । ବଡ କଥା ହେଉଛି ଏହି ସମୟ ମଧ୍ୟରେ ଦେଶରେ କାର୍ଯ୍ୟକ୍ଷମ ହୋଇଛି ୧୪୧ଟି ବିଶ୍ୱବିଦ୍ୟାଳୟ।


ସେହିପରି ୭ଟି ଆଇଆଇଏମ, ୭ଟି ଆଇଆଇଟି, ୨ଟି ଆଇଜର, ୧୪ଟି ଆଇଆଇଆଇଟି ଓ ଗୋଟିଏ ଏନଆଇଟି ଭଳି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ଷମ ହୋଇଛି । ସେହିପରି ବର୍ତମାନ ଦେଶରେ ୮୮୪ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ମୋଟା ୪୨୦୦୦ କଲେଜ ରହିଛି । ଯେଉଁଥିରେ ୩ କୋଟି ୭୦ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

For All Latest Updates

ABOUT THE AUTHOR

...view details