ଓଡିଶା

odisha

ETV Bharat / bharat

ସତ ଉଗାଳି ପାକିସ୍ତାନର ମୁଖା ଖୋଲିଲେ ମୁଶାରଫ୍‌

ପାକିସ୍ତାନ ସରକାର ଓ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ -ମହମ୍ମଦ ଭିତରେ ମଧୁଚନ୍ଦ୍ରିକା ରହିଥିବା କଥା ସେ କହିଛନ୍ତି। ଅନ୍ଦର ମହଲରେ କଣ ସବୁ ଚାଲିଛି ସେ ସବୁକ କଳା ସତକୁ ସାମନାକୁ ଆଣିଛନ୍ତି ମୁଶାରଫ୍‌ । ପାକିସ୍ତାନର ଏକ ଟିଭି ଚ୍ୟାନେଲର ସହ ନିଜ ବାର୍ତ୍ତାଳାପରେ ପାକିସ୍ତାନର ଅସଲ ଚେହେରାକୁ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପଦାରେ ପକାଇଛନ୍ତି ।

By

Published : Mar 7, 2019, 3:14 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଖାଣ୍ଟି ସତ କଥା କହିଛନ୍ତି । ପାକିସ୍ତାନ ସରକାର ଓ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ -ମହମ୍ମଦ ଭିତରେ ମଧୁଚନ୍ଦ୍ରିକା ରହିଥିବା କଥା ସେ କହିଛନ୍ତି । ଅନ୍ଦର ମହଲରେ କଣ ସବୁ ଚାଲିଛି ସେ ସବୁକଳା ସତକୁ ସାମନାକୁ ଆଣିଛନ୍ତି ମୁଶାରଫ୍‌ । ପାକିସ୍ତାନର ଏକ ଟିଭି ଚ୍ୟାନେଲର ସହ ନିଜ ବାର୍ତ୍ତାଳାପରେ ପାକିସ୍ତାନର ଅସଲ ଚେହେରାକୁ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପଦାରେ ପକାଇଛନ୍ତି ।

ସେ କହିଛନ୍ତି ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ସଙ୍ଗଠନକୁ ବ୍ୟବହାର କରୁଛି ପାକିସ୍ତାନ । ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସଆଇ ଜୈଶ ଜରିଆରେ ଭାରତରେ ବିସ୍ଫୋରଣ କରାଉଛି । ଏହାସହ ଇମ୍ରାନ ସରକାରଙ୍କୁ ଜୈଶ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସ୍ବାଗତ କରିଛନ୍ତି ।


ଏହାସହ ମୁଶାରଫ ଆହୁରି କହିଛନ୍ତି ଯେ, ଜୈଶ ସଙ୍ଗଠନ ତାଙ୍କୁ ଦୁଇଦୁଇ ଥର ମଧ୍ୟ ହତ୍ୟା କରିବା ଲାଗି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା । ଡିସେମ୍ବର ୨୦୦୩ ମସିହାରେ ତାଙ୍କ ଉପରେ ହୋଇଥିବା ଆକ୍ରମଣର ଘଟଣା ସମ୍ପର୍କରେ ମଧ୍ୟ ମୁଶାରଫ ଖୁଲାସା କରିଛନ୍ତି ।

For All Latest Updates

ABOUT THE AUTHOR

...view details