ଓଡିଶା

odisha

ETV Bharat / bharat

ଚୀନ୍ ନୌସେନାରେ ଭାରତର 2 ଶକ୍ତିଶାଳୀ ଜାହାଜ - ଆଇଏନଏସ-କୋଲକତା

ଚୀନ୍ ନୌସେନାର ୭୦ ତମ ବାର୍ଷିକ ସମାରୋହରେ ଭାରତର ସବୁଠୁ ଶକ୍ତିଶାଳୀ ଦୁଇ ଯୁଦ୍ଧପୋତ ଆଇଏନଏସ କୋଲକାତା ଓ ଆଇଏନଏସ ଶକ୍ତି । ଏହି ସମାରୋହରେ ଯୋଗ ଦେବନି ପାକିସ୍ତାନ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

By

Published : Apr 22, 2019, 10:52 PM IST

ନୂଆଦିଲ୍ଲୀ: ଚୀନ୍ ନୌସେନାର ୭୦ ତମ ବାର୍ଷିକ ସମାରୋହ । ଏହି ପ୍ରଦର୍ଶନୀରେ ସାମିଲ ହେବ ଭାରତର ସବୁଠୁ ଶକ୍ତିଶାଳୀ ଦୁଇ ଯୁଦ୍ଧପୋତ ଆଇଏନଏସ କୋଲକାତା ଓ ଆଇଏନଏସ ଶକ୍ତି । ଏପ୍ରିଲ 23ରେ ହେବାକୁ ଥିବା ଏହି ସମାରୋହରେ ଭାରତ, ଋଷ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମା ସମେତ 10ଟି ଦେଶ ସାମିଲ ହେବେ । କିନ୍ତୁ ଚୀନର ଅତି ନିକଟତର ଘନିଷ୍ଠ ଦେଶ ପାକିସ୍ତାନ ହୋଇଥିବାବେଳେ ଏହି ସମାରୋହରେ ଯୋଗ ଦେବନି ପାକ୍ । ଯାହା ଏବେ ଚର୍ଚ୍ଚାର ପରିସର ଭୁକ୍ତ ହୋଇଛି ।

ତେବେ ଆଇଏନଏସ କୋଲକାତା ଚୀନର କାଙ୍ଗଦାଓରେ ପହଞ୍ଚି ସାରିଥିବାବେଳେ ଆଇଏନଏସ ଶକ୍ତି ଏପ୍ରିଲ 26 ତାରିଖରେ ଚୀନ ଅଭିମୁଖେ ଯାତ୍ରା କରିବ । ତେବେ ଏହି ଆଇଏନଏସ କୋଲକାତାର ନେତୃତ୍ବ ନେଇଛନ୍ତି କ୍ୟାପଟେନ ଆଦିତ୍ୟ ହାରା ଓ ଆଇଏନଏସ ଶକ୍ତିର ନେତୃତ୍ବ ନେଇଛନ୍ତି କ୍ୟାପଟେନ ଶ୍ରୀରାମ ଅମୁର ।

ଆଇଏନଏସ କୋଲକାତା ୨୦୧୪ ମସିହା ଅଗଷ୍ଟ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ଆଇଏନଏସ କୋଲକାତା ହେଉଛି ସ୍ବଦେଶୀ ଜ୍ଞାନକୌଶଳ ଦ୍ବାରା ନିର୍ମିତ ଏକ ଶକ୍ତିଶାଳୀପୂର୍ଣ୍ଣ ଜାହାଜ । ଏହି ଜାହାଜ ଉପରେ ବାରାକ୍ ମିସାଇଲ୍ ଲାଗିଛି । ଏଥିରେ ଖଞ୍ଜା ଯାଇଥିବା ଅଧିକରୁ ଅଧିକ ଯନ୍ତ୍ରପାତି ଓ ସେନ୍ସର ସ୍ବଦେଶୀ ଅଟେ । ଏହାକୁ ନିର୍ମାଣ କରିବାପାଇଁ ଭାରତ ସରକାର 26 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାର ଘଣ୍ଟା ପ୍ରତି ବେଗ 30 ନୌଟିକାଲ ମାଇଲ୍ସ ଥିବାବେଳେ 290 କିଲୋମିଟର ପର୍ଯ୍ୟନ୍ତ ଏହା ତୀକ୍ଷ୍ଣ ନଜର ରଖିପାରିବ । ଏହାସହ 15 ହଜାର କିଲୋମିଟର ଯାଏଁ ଏହାର ଅପରେସନ କ୍ଷମତା ରହିଛି । ବ୍ରହ୍ମୋସ ମଧ୍ୟ ଏହି ଜାହାଜ ଉପରେ ଓହ୍ଲାଇଥାଏ ।

ଏହି ଯୁଦ୍ଧପୋତରେ ଇଡବ୍ଲୁଏସ(EWS) ଏଲୋରା ଓ ଏକେ-360 ଭଳି ଭୟଙ୍କର ତୋପ ଖଞ୍ଜାଯାଇଛି । ଏହାସହ ସବ୍ ମେରାଇନର ଖବର ରଖିବା ପାଇଁ ଜାହାଜରେ 4ଟି ଟାରପୋଡ ଓ 2ଟି ଆଣ୍ଟି ସବ୍ ମରିନ ରକେଟ ଖଞ୍ଜାଯାଇଛି । ଏହାର ସବୁଠୁ ବଡ ଶକ୍ତି ହେଉଛି ନିଜର ଷ୍ଟେଲଥ ଟେକ୍ନୋଲୋଜି । ବିଶେଷକରି ଏହାର ଡିଜାଇନ ପାଇଁ ଏହା ସବୁବେଳେ ବେଶ ଚର୍ଚ୍ଚାରେ ରହିଛି । ଏହାର ଡିଜାଇନ ଏପରି କରାଯାଇଛି ଯେ, କୌଣସି ରାଡାର ନିକଟବର୍ତ୍ତୀ ହେଲେ ଏହା ଏକ ଛୋଟ ନୌକା ଭଳି ପ୍ରତୀୟମାନ ହୋଇଥାଏ । ଯାହା ଶତ୍ରୁ ପାଇଁ ବେଶ କ୍ଷତିକାରକ ହୋଇଥାଏ ।

ABOUT THE AUTHOR

...view details