ଓଡିଶା

odisha

ETV Bharat / bharat

ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଅସ୍ତ୍ରଶସ୍ତ୍ର ଓ ରାଇଫଲ୍ ଜବତ

ସୀମାରେ ଥମୁନି ଉତ୍ତେଜନା । ସାବାଡ ହେଉନି ଅମାନିଆ ପାକିସ୍ତାନ। ତେବେ ମଙ୍ଗଳବାର କିଛି ଆତଙ୍କୀ ଏଲଓସି ଦେଇ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଏହି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା।

ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଅସ୍ତ୍ରଶସ୍ତ୍ର ଓ ରାଇଫଲ୍ ଜବତ
ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଅସ୍ତ୍ରଶସ୍ତ୍ର ଓ ରାଇଫଲ୍ ଜବତ

By

Published : Sep 16, 2020, 11:45 AM IST

ଶ୍ରୀନଗର: ସୀମାରେ ଥମୁନି ଗୁଳି । ସାବାଡ ହେଉନି ଅମାନିଆ ପାକିସ୍ତାନ। ତେବେ ମଙ୍ଗଳବାର କିଛି ଆତଙ୍କୀ ଏଲଓସି ଦେଇ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଏହି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା।

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ଖବର ପାଇ ସୀମାବର୍ତ୍ତୀ ଅଗ୍ରଗାମୀ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଯେଉଁଥିରେ ସେନାବାହିନୀ ଦ୍ବାରା ସନ୍ଦେହଜନକ ଗତିବିଧି ଚିହ୍ନଟ କରାଯାଇଥିଲା। ସନ୍ଦିଗ୍ଧ ଆତଙ୍କବାଦୀମାନେ ଏହି ଅଞ୍ଚଳରୁ ପଳାଇବା ପୂର୍ବରୁ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ।

ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଗୋଳା ଜବତ କରିଛି। ଉଦ୍ଧାର ହୋଇଥିବା ଜିନିଷଗୁଡ଼ିକ ମଧ୍ୟରେ 4 ଟି ମାଗାଜିନ ଏବଂ 135 ରାଉଣ୍ଡ ଗୁଳି ସହିତ ଗୋଟିଏ ରାଇଫଲ ରହିଛି।

ସେହିପରି 5 ଟି ମାଗାଜିନ ସହିତ ତିନୋଟି ପିସ୍ତଲ ଏବଂ 120 ରାଉଣ୍ଡ, ଗୋଟିଏ ଜିପିଏସ ସେଟ୍ ଏବଂ ଚାରିଟି ରକ୍ ସ୍ୟାକ୍ ଅନ୍ତର୍ଭୁକ୍ତ। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ABOUT THE AUTHOR

...view details