ନୂଆଦିଲ୍ଲୀ: ଚାରି ମାସର ଶିଶୁ ମହମ୍ମଦ ଜହାନ ପ୍ରତିଦିନ ଶାହିନବାଗ ପ୍ରଦର୍ଶନରେ ସାମିଲ ହୁଏ । ମା ସହ ଆସି ଲୋକଙ୍କ ମଧ୍ୟରେ ମିଶିଯାଏ । ଲୋକ ସ୍ନେହରେ ତାକୁ କୋଳେଇ ନିଅନ୍ତି । ତା' ମୁହଁର ହସ ଦେଖିଲେ ପ୍ରଦର୍ଶନକାରୀଙ୍କ କ୍ଲାନ୍ତ ଯେମିତି ଟିକେ କମିଯାଏ । କିନ୍ତୁ ମହମ୍ମଦ ଆଉ ଶାହିନବାଗ ଆସିବନି କାରଣ ସେ ଆଉ ଏ ଦୁନିଆରେ ନାହିଁ । ଦିଲ୍ଲୀର ଥଣ୍ଡାର ପ୍ରକୋପକୁ ଚାରିମାସ ଶିଶୁ ସମ୍ଭାଳି ପାରିନି ଆଉ ପ୍ରଦର୍ଶନ ସରିବା ପୂର୍ବରୁ ହିଁ ସମସ୍ତଙ୍କୁ ଛାଡି ଚାଲିଯାଇଛି ।
ଶାହିନବାଗ ଆନ୍ଦୋଳନରେ ବଳି ପଡିଲା 4ମାସର ଶିଶୁ - delhi news
ଦିଲ୍ଲୀର ଥଣ୍ଡାର ପ୍ରକୋପକୁ ଚାରିମାସ ଶିଶୁ ସମ୍ଭାଳି ପାରିନି ଆଉ ପ୍ରଦର୍ଶନ ସରିବା ପୂର୍ବରୁ ହିଁ ସମସ୍ତଙ୍କୁ ଛାଡି ଚାଲିଯାଇଛି । ଅଧିକ ପଢନ୍ତୁ...
ନିଜ ପୁଅକୁ ହରେଇଥିବା ମା ଏବେବି ଆନ୍ଦୋଳନରେ ସାମିଲ ରହିବ ବୋଲି କହିଛି । ଶିଶୁର ମା-ପିତା ମହମ୍ମଦ ଆରିଫ୍ ଓ ନାଜିଆ ବାଟଲାଙ୍କ କହିବାନୁସାରେ, 18 ଜାନୁଆରୀରୁ ନାଜିଆ ପ୍ରତିଦିନ ଶାହିନବାଗରେ ସାମିଲ ହେବାକୁ ଆସନ୍ତି । ସେ ଜହାନକୁ ସାଥିରେ ନେଇ ଆସନ୍ତି ଓ ରାତିରେ ପାଖରେ ଥିବା ନିଜ କୁଡିଆକୁ ଫେରିଯାନ୍ତି । 31 ଜାନୁଆରୀରେ ମଧ୍ୟ ନାଜିଆ ପୁଅକୁ ଧରି ଆସିଥିଲେ । ରାତି 1ଟାରେ ଘରକୁ ଫେରିଥିଲେ ଓ ଶୋଇ ପଡିଥିଲେ । ସକାଳୁ ଉଠିଲା ବେଳକୁ ଜହାନ ଆଖି ଖୋଲିନଥିଲା । ତୁରନ୍ତ ଜହାନକୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାକୁ ମୃତ ଘୋଷଣା କରାଯାଇଥିଲା ।
ମୃତ୍ୟୁର କାରଣ ପ୍ରବଳ ଥଣ୍ଡା ବୋଲି ଜଣାପଡିଛି । ନାଜିଆ ନିଜ ଆଖପାଖ ଅଞ୍ଚଳର ସମସ୍ତ ମହିଳାଙ୍କୁ ନେଇ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରତିଦିନ 1କିଲୋମିଟର ଚାଲିଚାଲି ଯାଆନ୍ତି । ପୁଅର ମୃତ୍ୟୁ ପରେ ସେ କହିଥିଲେ, ‘ମୁଁ ନିଜର ସବୁକିଛି ହରେଇଦେଲି, ଆଉ ଆମେ ଯାହା ବି କରୁଛୁ ଦେଶର ଭବିଷ୍ୟତର ସୁରକ୍ଷା ପାଇଁ କରୁଛୁ । ସିଏଏ ଲୋକଙ୍କୁ ଧର୍ମାଆଧାରରେ ବାଣ୍ଟିଦେବ । ଏହା ଦେଶର ଭବିଷ୍ୟତକୁ ବିପଦ ’ ।