ଭୋପାଳ: ଆଜି ପ୍ରଥମ ଲକ ଡାଉନର ଶେଷ ଦିନ ହୋଇଥିବାରୁ ଇନ୍ଦୋରରେ ପ୍ରବଳ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ରାସ୍ତାଘାଟ ସବୁଠି ଲୋକଙ୍କ ଯାତାୟାତ ଲାଗି ରହିଥିଲା । ଏଭଳି ସ୍ଥଳରେ ସମସ୍ତ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଯୋଗ କରାଇଲା ଇନ୍ଦୋର ଏରୋଡ୍ରୋମ ଥାନା ପୋଲିସ ।
ଲକ ଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଯୋଗ କରାଇଲା ଇନ୍ଦୋର ପୋଲିସ - police dig
ଲକ ଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଯୋଗ କରାଇଲା ପୋଲିସ । ମଧ୍ୟପ୍ରଦେଶ ଇନ୍ଦୋରରେ ଦେଖିବାକୁ ମିଳିଲା ଏଭଳି ଘଟଣା । ଅଧିକ ପଢନ୍ତୁ...
ଲକ ଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଯୋଗ କରାଇଲା ଇନ୍ଦୋର ପୋଲିସ
କୋରୋନା ମୁକାବିଲା ପାଇଁ ମାର୍ଚ୍ଚ 25 ରେ ପ୍ରଥମ ଲକ ଡାଉନ ଏପ୍ରିଲ 14 ଯାଏଁ ଘୋଷଣା ହୋଇଥିଲା । ଯାହାର ଅବଧି ଆଜି ଶେଷ ହେଉଥିବାରୁ ଲୋକେ ବାହାରକୁ ବାହାରିଥିଲେ । ଇନ୍ଦୋରର ଏରୋଡ୍ରୋମ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ସମସ୍ତଙ୍କୁ ଉଠବସ ସହ ଯୋଗ କରାଇଥିଲେ ।
ସୂଚନାଯୋଗ୍ୟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରାଯାଇଛି । ଆସନ୍ତା ମେ 3 ଯାଏ ଲକ ଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।