ଓଡିଶା

odisha

ETV Bharat / bharat

ଦେଶର ପ୍ରଥମ ପ୍ଲାଜମା ଥେରାପି କୋରୋନା ଆକ୍ରାନ୍ତ ସୁସ୍ଥ - ପ୍ରଥମ ପ୍ଲାଜମା ଥେରାପି କୋରୋନା ରୋଗୀ

ଦେଶରେ ପ୍ରଥମ ଥର ଦିଲ୍ଲୀରେ କୋରୋନା ରୋଗୀଙ୍କ ଠାରେ ପ୍ଲାଜାମା ଥେରାପି କରାଯାଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଦେଶର ପ୍ରଥମ ପ୍ଲାଜମା ଥେରାପି କୋରୋନା ରୋଗୀ ସୁସ୍ଥ
ଦେଶର ପ୍ରଥମ ପ୍ଲାଜମା ଥେରାପି କୋରୋନା ରୋଗୀ ସୁସ୍ଥ

By

Published : Apr 27, 2020, 10:42 AM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଓ ଚିକିତ୍ସା ଦିଗରେ ବିଭିନ୍ନ ପଦକ୍ଷେପ ଉଠାଯାଉଛି । ପ୍ରଥମ ଥର କୋରୋନା ରୋଗୀଙ୍କ ଠାରେ ପ୍ଲାଜାମା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଜଣେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ଦିଲ୍ଲୀର 49 ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଠାରେ କୋରୋନା ଚିହ୍ନଟ ହୋଇଥିଲା । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମ ଦିଲ୍ଲୀ ସରକାର 6 ଜଣଙ୍କ ଠାରେ ପ୍ଲାଜାମା ଥେରାପି କରାଇଥିଲେ । ଯେଉଁଥିରେ ଏହି ସଂକ୍ରମିତ ବ୍ୟକ୍ତି ମଧ୍ୟ ଚିକିତ୍ସା କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ହେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ।

ଉକ୍ତ ବ୍ୟକ୍ତିଙ୍କ ଠାରେ ପ୍ଲାଜାମା ଥେରାପି କରିବା ପୂର୍ବୁର ଡୋନର ବ୍ୟବସ୍ଥା କରାଯାଇଥିଲା । ଡୋନରଙ୍କ ହେପାଟାଇଟିସ ବି, ହେପାଟାଇଟିସ ସି ଓ ଏଚଆଇଭି ର ଟେଷ୍ଟିଂ କରାଯାଇଥିଲା । ଏସବୁ ନେଗେଟିଭ ଆସିବା ପରେ ଡୋନରଙ୍କ ପ୍ଲାଜମା ପରୀକ୍ଷା ପାଇଁ ନିଆଯାଇଥିଲା । ଏପ୍ରିଲ 14ରେ ପ୍ରୋଟକଲ ଅନୁସାରେ ପ୍ଲାଜମା ଦିଆଗଲା ।

ସୂଚନାଯୋଗ୍ୟ, ଜଣେ ପ୍ଲାଜମା ଡୋନର ପାଖାପାଖି 400 ମିଲିମିଟର ପ୍ଲାଜମା ଦାନ କରିପାରିବେ । 200 ମିଲିମିଟର ପ୍ଲାଜମା ଜଣେ ରୋଗୀକୁ ସୁସ୍ଥ କରିବାରେ ଆବଶ୍ୟକ ପଡିଥାଏ ।

ABOUT THE AUTHOR

...view details