ଓଡିଶା

odisha

ଭାରତରେ ସଂକ୍ରମଣ 40 ଲକ୍ଷ ଛୁଇଁଲା, 24 ଘଣ୍ଟାରେ 86,432 ନୂଆ ମାମଲା

By

Published : Sep 5, 2020, 11:12 AM IST

ଦେଶରେ ହୁ ହୁ ହୋଇ ମାଡିଚାଲିଛ କୋଭିଡ୍ ସଂକ୍ରମଣ। ଶନିବାର ସୁଦ୍ଧା ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 40 ଲକ୍ଷ ଅତିକ୍ରମ କରିଛି। ଗତ 24 ଘଣ୍ଟା ମଧ୍ୟରେ ଭାରତର 86,432 ନୂତନ ମାମଲା ଚିହ୍ନଟ କରିଛି। ଏହାସହ ସମାନ ସମୟରେ 1,089 ମୃତ୍ୟୁ ମାମଲା ରେକର୍ଡ କରିଛି।

ଭାରତରେ ସଂକ୍ରମଣ 40 ଲକ୍ଷ ଛୁଇଁଲା, 24 ଘଣ୍ଟାରେ 86,432 ନୂଆ ମାମଲା
ଭାରତରେ ସଂକ୍ରମଣ 40 ଲକ୍ଷ ଛୁଇଁଲା, 24 ଘଣ୍ଟାରେ 86,432 ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡିଚାଲିଛି କୋଭିଡ୍ ସଂକ୍ରମଣ। ଶନିବାର ସୁଦ୍ଧା ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 40 ଲକ୍ଷ ଅତିକ୍ରମ କରିଛି। ଗତ 24 ଘଣ୍ଟା ମଧ୍ୟରେ ଭାରତର 86,432 ନୂତନ ମାମଲା ଚିହ୍ନଟ କରିଛି। ଏହାସହ ସମାନ ସମୟରେ 1,089 ମୃତ୍ୟୁ ମାମଲା ରେକର୍ଡ କରିଛି।

ବର୍ତ୍ତମାନ ଦେଶରେ ମୋଟ ମାମଲା 40,23,179ରେ ରହିଛି, ଯେଉଁଥିରେ 8,46,395 ସକ୍ରିୟ ମାମଲା, 31,07,223 ଆରୋଗ୍ୟ ହୋଇଥିବା ବେଳେ 69,561 ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ହେଉଛି ଏହି ପାଞ୍ଚଟି ରାଜ୍ୟ ଯାହାକି ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ମାମଲା ରିପୋର୍ଟ କରିଛି। ଏହି ପାଞ୍ଚଟି ରାଜ୍ୟ ସକ୍ରିୟ ମାମଲାର 62 ପ୍ରତିଶତରୁ ଅଧିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଏହି ସମୟରେ, ଦିଲ୍ଲୀରେ ଗତ କିଛି ଦିନ ମଧ୍ୟରେ କୋଭିଡ୍ ସଂକ୍ରମଣ ସଂଖ୍ୟାରେ ଏକ ବୃଦ୍ଧି ଘଟିଛି। ଜାତୀୟ ରାଜଧାନୀ ଶୁକ୍ରବାର ଦିନ 2,914 ନୂଆ ସଂକ୍ରମଣ ରିପୋର୍ଟ କରିଛି। ଯାହା 69 ଦିନ ମଧ୍ୟରେ ସର୍ବାଧିକ ଦିନିକିଆ ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ 1.85 ଲକ୍ଷରୁ ଅଧିକ ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା 4,513କୁ ବୃଦ୍ଧି ପାଇଛି। ଭାରତର କୋଭିଡ୍ ମାମଲା ଅଗଷ୍ଟ 7 ରେ 20 ଲକ୍ଷ ମାର୍କ ଥିବା ବେଳେ ଏବଂ ଅଗଷ୍ଟ 23 ରେ 30 ଲକ୍ଷ ମାର୍କ ଅତିକ୍ରମ କରିଥିଲା।

4 ସେପ୍ଟେମ୍ବର ପର୍ଯ୍ୟନ୍ତ ପରୀକ୍ଷିତ ମୋଟ ନମୁନା ସଂଖ୍ୟା ହେଉଛି 4,77,38,491। ଗତକାଲି 10,59,346 ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ପରିଷଦ ମେଡିକାଲ ରିସର୍ଚ୍ଚ (ICMR) ରିପୋର୍ଟ କରିଛି।

ABOUT THE AUTHOR

...view details