ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଜାରି ଉତ୍ତେଜନା ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଚୀନ ଓ ଭାରତୀୟ ସେନାଙ୍କ ମଧ୍ୟରେ ଗୁଳିବିନିମୟ । LAC ନିକଟରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ଲାଗି ରହିଥିବା ବିବାଦକୁ କୂଟନୈତିକ ଓ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ଜାରି ରହିଛି । ଏପରି ସ୍ଥିତିରେ ଗୁଳିବିନିମୟ ସ୍ଥିତିକୁ ଆହୁରି ଜଟିଳ କରିଛି । ତେବେ 1975 ରେ ପରେ ଅର୍ଥାତ ଦୀର୍ଘ 45 ବର୍ଷ ପରେ ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି ।
ଚୀନ ପୂର୍ବ ପରି ଭାରତ ଉପରେ ଦୋଷାରୋପ କରିବାକୁ ଯାଇ ଦାବି , ସୋମବାର ଦିନ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଲାଇନ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ଅତିକ୍ରମ କରିବା ପରେ ଭାରତୀୟ ସେନା ପକ୍ଷରୁ ଉତ୍ତେଜନା ତଥା ଚେତାବନୀ ଗୁଳି ଚାଳନା କରିିଥିଲେ । ଯାହାର ଜବାବ ଦେବାକୁ ଯାଇ ଚୀନ ମଧ୍ୟ ଗୁଳି ଚଳାଇଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚୀନ୍ ସୀମା ସୁରକ୍ଷା କର୍ମୀମାନେ କାଉଣ୍ଟର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ବୋଲି ପିପୁଲ୍ସ ଲିବରେସନ ଆର୍ମି ମୁଖପାତ୍ର କହିଛନ୍ତି।