ନୂଆଦିଲ୍ଲୀ: ରେଳ ବିଭାଗର ପ୍ରଚାର ଦାୟିତ୍ବ ସମ୍ଭାଳିବେ ଘରୋଇ କମ୍ପାନୀ । ଖୁବଶୀଘ୍ର ଦେଶର ପ୍ରତ୍ୟେକ ଜୋନ୍ରୁ ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଯାଉଛି ରେଳ ବିଭାଗ । ଘରୋଇ କମ୍ପାନୀ ଗୁଡିକୁ ପ୍ରଚାର ଭାର ସମ୍ଭାଳିବା ପାଇଁ ପ୍ରଥମଥର ପାଇଁ ରେଳ ବିଭାଗ ଏଭଳି ଗାଇଡଲାଇନ ଜାରି କରିଛି ।
ରେଳବାଇର ପ୍ରଚାର ମଙ୍ଗ ଧରିବେ ଘରୋଇ ଅଧିକାରୀ - ଘରୋଇ ଅଧିକାରୀ
ପ୍ରଥମ ଥର ପାଇଁ ରେଳବିଭାଗ ନିଜର ପ୍ରଚାର ପାଇଁ ଘରୋଇ କମ୍ପାନୀ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ଯାଉଛି । ଏଥିପାଇଁ ବିଭାଗ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି ।
ଫାଇଲ ଫଟୋ
ବର୍ତ୍ତମାନ ବିଭାଗରେ ସୋସିଆଲ ମିଡିଆ ଅପରେଟ ପାଇଁ ବରିଷ୍ଠ ପିଆରଓ ଓ ଜନସମ୍ପର୍କ ଅଧିକାରୀଙ୍କ ସମେତ 70ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ଯେଉଁମାନେ 18ଟି କ୍ଷେତ୍ର ସମ୍ଭାଳୁଛନ୍ତି । ଏମାନଙ୍କୁ ସହଯୋଗ କରିବା ପାଇଁ ଆହୁରି ଅଧିକାରୀଙ୍କ ଆବଶ୍ୟକତା ଥିବାରୁ ପ୍ରତ୍ୟେକ ଜୋନରେ ଅଧିକାରୀଙ୍କୁ ନିଯୁକ୍ତ କରିବ ରେଳ ବିଭାଗ ।
ଗାଇଡ ଲାଇନ ଅନୁସାରେ, ପ୍ରତ୍ୟେକ ଜୋନରୁ 17 ଜଣ ଟ୍ରେନିଂ ଅଫିସରଙ୍କୁ ନିଯୁକ୍ତ କରାଯିବ । ଏହି ଟିମ୍ରେ ସୋସିଆଲ ମିଡିଆ ମ୍ୟାନେଜର, ଟିମ୍ ଲିଡର, କଣ୍ଟେଣ୍ଟ ଆନାଲିସିଷ୍ଟ, କଣ୍ଟେଣ୍ଟ ରାଇଟର, ଭିଡିଓ ଏଡିଟର ରହିବେ ।