ଓଡିଶା

odisha

ETV Bharat / bharat

2030 ସୁଦ୍ଧା ରେଳ ବିଭାଗର ‘ନେଟ୍ ଜିରୋ କାର୍ବନ ଏମିସନ୍’ ଲକ୍ଷ୍ୟ

ଭାରତୀୟ ରେଳ ବିଭାଗ 10 ବର୍ଷ ମଧ୍ୟରେ ଗ୍ରୀନ ରେଲୱେ ପାଇଁ ଉଦ୍ୟମ ଜାରି ରଖିଛି । 2030 ସୁଦ୍ଧା ନେଟ୍ ଜିରୋ କାର୍ବନ ଏମିସନ୍ ହାସଲ କରିବା ପାଇଁ ଏହା ଲକ୍ଷ୍ୟ ଧାର୍ଯ୍ୟ କରିଛି।

By

Published : Jul 13, 2020, 9:05 PM IST

ନେଟ୍ ଜିରୋ କାର୍ବନ ଏମିସନ୍
ନେଟ୍ ଜିରୋ କାର୍ବନ ଏମିସନ୍

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ 10 ବର୍ଷ ମଧ୍ୟରେ ଗ୍ରୀନ ରେଲୱେ ପାଇଁ ଉଦ୍ୟମ ଜାରି ରଖିଛି । 2030 ସୁଦ୍ଧା ନେଟ୍ ଜିରୋ କାର୍ବନ ଏମିସନ୍ ହାସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗ୍ରୀନ ରେଲୱେ ସ୍ଥିତି ହାସଲ କରିବା ପାଇଁ ରେଳ ବିଭାଗ ତାପମାତ୍ରା ହ୍ରାସ କରିବା ଓ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଇଛି । ଲାଇନଗୁଡିକର ବିଦ୍ୟୁତିକରଣ, ଟ୍ରେନ ଶକ୍ତି ଦକ୍ଷତା ବୃଦ୍ଧି, ସ୍ଥାପନ, ଷ୍ଟେସନ ପାଇଁ ସବୁଜ ପ୍ରମାଣପତ୍ର, କୋଚରେ ବାୟୋ ଟଏଲେଟ୍ ଫିଟ୍ କରିବା ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସକୁ ପରିବର୍ତ୍ତନ କରିବା ହେଉଛି ନେଟ୍ ଜିରୋ କାର୍ବନ ଏମିସନ ଅଭିଯାନର ରଣନୀତି ।

ଭାରତୀୟ ରେଳ 40 ହଜାରରୁ କିଲୋମିଟର ଯାଏଁ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ କରିଛି ଯାହା ମୋଟ ରୁଟର 63 ପ୍ରତିଶତ ଅଟେ। ଗତ 6 ବର୍ଷ ମଧ୍ୟରେ 18 ହଜାର 6 ଶହ କିଲୋମିଟରରୁ ଅଧିକ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହୋଇଛି । ଏହି ଆର୍ଥିକ ବର୍ଷ ପାଇଁ ରେଳବିଭାଗ 7 ହଜାର ରୁଟ କିଲୋମିଟରର ଏକ ବିଦ୍ୟୁତିକରଣ ଲକ୍ଷ୍ୟ ସ୍ଥିର କରିଛି। ବ୍ରୋଡ ଗେଜ୍ ନେଟୱାର୍କରେ ଥିବା ସମସ୍ତ ମାର୍ଗ 2023 ବର୍ଷ ଶେଷ ସୁଦ୍ଧା ବିଦ୍ୟୁତକରଣ ପାଇଁ ଯୋଜନା କରାଯାଇଛି। କୋଭିଡ ମହାମାରୀ ସମୟରେ 365 କିଲୋମିଟର ପ୍ରମୁଖ ସଂଯୋଗ କାର୍ଯ୍ୟ କାର୍ଯ୍ୟକ୍ଷମ ହୋଇଛି।

ଭାରତୀୟ ରେଳ ମଧ୍ୟ ସୌର ଓ ପବନ ଶକ୍ତିକୁ ପ୍ରୋତ୍ସାହିତ କରୁଛି । 100 ମେଗାୱାଟ କ୍ଷମତା ବିଶିଷ୍ଟ ସୌର କାରଖାନା କାର୍ଯ୍ୟକ୍ଷମ ହୋଇଛି ଓ 400 ମେଗାୱାଟ ପ୍ଲାଣ୍ଟ କାର୍ଯ୍ୟକାରୀ ହେବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅଛି । ଏଥିସହ ରେଳ ଚଳାଚଳ ପାଇଁ ଭୂମି ଭିତ୍ତିକ ସୌର ବିଦ୍ୟୁତ୍ ଉତ୍ପାଦନକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛି। BHEL ସହଯୋଗରେ ମଧ୍ୟପ୍ରଦେଶର ବିନାରେ 1.7 ମେଗା ୱାଟର ଗୋଟିଏ ପ୍ରକଳ୍ପ ସ୍ଥାପନ ହୋଇସାରିଛି ।

ପବନ ଶକ୍ତି କ୍ଷେତ୍ରରେ ରାଜସ୍ଥାନ, ତାମିଲନାଡୁ ଓ ମହାରାଷ୍ଟ୍ରରେ 103 ମେଗାୱାଟ ପବନ ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇସାରିଛି। ତାମିଲନାଡୁ, ଗୁଜୁରାଟ, ରାଜସ୍ଥାନ ଓ କର୍ଣ୍ଣାଟକରେ ଆସନ୍ତା 2 ବର୍ଷ ମଧ୍ୟରେ ରେଳବିଭାଗ 200 ମେଗାୱାଟ ପବନ ଶକ୍ତି କାରଖାନା ସ୍ଥାପନ କରିବାକୁ ଯୋଜନା କରିଛି। ରେଳ ଅନ୍ୟାନ୍ୟ ସବୁଜ ପଦକ୍ଷେପ ଆରମ୍ଭ କରିଛି ଯେପରି କୋଠା ଓ ଷ୍ଟେସନଗୁଡିକର ଶତ ପ୍ରତିଶତ ଏଲଇଡି ଆଲୋକୀକରଣ । ମୋଟ 69 ହଜାର କୋଚ୍, 2 ଲକ୍ଷ 44 ହଜାରରୁ ଅଧିକ ବାୟୋ-ଟଏଲେଟ୍ ମଧ୍ୟ କରାଯାଇଛି ।

ABOUT THE AUTHOR

...view details