ନୂଆଦିଲ୍ଲୀ: ଭାରତୀୟ ରେଲୱେ ଇତିହାସରେ ହୋଇପାରେ ଐତିହାସିକ ପରିବର୍ତ୍ତନ । ରେଲୱେ ଜୋନର ଏହି ପ୍ରସ୍ତାବ ଉପରେ ରେଲୱେ ବୋର୍ଡ ପକ୍ଷରୁ ମୋହର ମାରିବା ପରେ ଏହି ପରିବର୍ତ୍ତନ ହୋଇପାରେ । ଯଦି ଏହିସବୁ ପ୍ରସ୍ତାବକୁ ମଞ୍ଜୁରୀ ମିଳେ, ତେବେ ରେଲୱେ ଯାତ୍ରୀ ଆଉ ଟିକେଟ ପ୍ରିଣ୍ଟ କରିବେ ନାହିଁ । ଷ୍ଟେସନ ମାଷ୍ଟର ସିଗନାଲ ଦେବା କାର୍ଯ୍ୟ ମଧ୍ୟ କରିବେ । ଟିଟିଙ୍କ ସ୍ଥାନରେ ଆରପିଏଫ ଷ୍ଟାଫ ଏବଂ ଟ୍ରେନ ଯାତ୍ରା ସମୟରେ ଟ୍ରେନରେ ଉପସ୍ଥିତ ଥିବା ଟେକ୍ନିସିଆନ ମଧ୍ୟ ଯାତ୍ରୀଙ୍କ ଠାରୁ ଟିକେଟ ଯାଞ୍ଚ କରିପାରିବେ ।
ତେବେ ରେଳ ସମ୍ବନ୍ଧରେ ଏହିସବୁ ପ୍ରସ୍ତାବ ରେଳବିଭାଗକୁ ଏହାର ଅଲଗା ଅଲଗା ଜୋନରୁ ପ୍ରାପ୍ତ କରାଯାଇଛି । ରେଲୱେ ବୋର୍ଡ ଦ୍ବାରା ଏହିସବୁ ପ୍ରସ୍ତାବ ଉପରେ ଏଯାଁଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ରେଳ ବିଭାଗର ଅଧିକାରୀଙ୍କ କହିବାନୁସାରେ, ଏହିସବୁ ପ୍ରସ୍ତାବକୁ ଖୁବଶୀଘ୍ର ଗ୍ରୀନ ସିଗନାଲ ମିଳିଯିବ । ଏହା ଉପରେ ମଞ୍ଜୁରୀ ମିଳିବା ପରେ ରେଳ ବିଭାଗ ଆଗ ଅପେକ୍ଷା ଆହୁରି ଉକୃଷ୍ଟମାନର ସେବା ଯାତ୍ରୀଙ୍କୁ ଯୋଗାଇ ଦେଇପାରିବେ ।