ନୂଆଦିଲ୍ଲୀ: ସଶକ୍ତ ହେଉଛି ଭାରତୀୟ ନୌସେନା। ଜଳଭାଗରେ ପରାକ୍ରମ ଦେଖାଇବାକୁ ସାମିଲ ହେଲା ଅଗ୍ନୀବର୍ଷି ଯୁଦ୍ଧ ଏଲ-56। ନୌସେନାଙ୍କ ବଳ ବଢାଇବ ଲ୍ୟାଣ୍ଡିଂ କ୍ରାଫ୍ଟ ୟୁଟିଲିଟି, ଏଲ-56 । ଯୁଦ୍ଧ ଜାହାଜ ମାଧ୍ୟମରେ ଶତ୍ରୁ ପକ୍ଷକୁ ମିଳବ କଡା ଟକ୍କର। କୋଲକାତା ଗାର୍ଡେନ ରିଚ ସିପ ବିଲଡର ଓ ଇଞ୍ଜିନିୟରଙ୍କ ଦ୍ବାରା ନିର୍ମାଣ ହୋଇଛି ଏହି ଯୁଦ୍ଧ ଜାହାଜ।
ଏଲସିୟୁ ଗାର୍ଡେନ ରିଚ ସିପ ବିଲଡର ଓ ଇଞ୍ଜିନିୟରର(ଜିଆରଏସଇ) 100ତମ ଯୁଦ୍ଧ ଜାହାଜ। ଏହି ଜାହାଜରେ 216 କର୍ମଚାରୀ ସହ 2ଟି ସ୍ବଦେଶୀ ସିଆଏନ-91 କୁ ସମାୟୋଜିତ କରିବ। ଏଲସିୟୁ 63 ମିଟର ଲମ୍ବା ଓ 11 ମିଟର ଚଉଡା ବିଶିଷ୍ଟ। ଏଥିସହ ଭୂପୃଷ୍ଟର 1.7 ମିଟରରୁ 830ଟନ ଉଠାଇବାରେ ସକ୍ଷମ ରଖୁଛି ଏହି ଜାହାଜ।