ନୂଆଦିଲ୍ଲୀ: ବୁଧବାର ସଂସଦରେ କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ଦ୍ବାରା ବିଭିନ୍ନ କ୍ଷେତ୍ରର ରିପୋର୍ଟ ଦର୍ଶାଯାଇଛି । ରିପୋର୍ଟରେ ସିଏଜି ଭାରତୀୟ ନୌସେନାକୁ ନିନ୍ଦା କରିଛି । 10 ବର୍ଷ ପରେ ବି 16 ହଜାର କୋଟି ଟଙ୍କାର ଚୁକ୍ତି ପୂରଣ କରିନଥିବା ନେଇ ସିଏଜି ନିନ୍ଦା କରିଛି। ତେବେ ଲ୍ୟାଣ୍ଡିଂ ପ୍ଲାଟଫର୍ମ ଡକ୍ ସମ୍ବନ୍ଧରେ ଏହି ଚୁକ୍ତିନାମା 2010 ରେ ହିଁ ସ୍ଥିର କରାଯାଇଥିଲା ।
CAG ରିପୋର୍ଟରେ ଖୁଲାସା, 10 ବର୍ଷ ପରେ ବି ନୌସେନା ପୂରଣ କରିନି 16 ହଜାର କୋଟିର ଚୁକ୍ତି - amphibious warships
ବୁଧବାର ସଂସଦରେ କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ଦ୍ବାରା ବିଭିନ୍ନ କ୍ଷେତ୍ରର ରିପୋର୍ଟ ଦର୍ଶାଯାଇଛି । ରିପୋର୍ଟରେ ସିଏଜି ଭାରତୀୟ ନୌସେନାକୁ ନିନ୍ଦା କରିଛି ।
ରିପୋର୍ଟରେ କୁହାଯାଇଛି ଯେ 4ଟି ଏଲପିଡି କିଣିବା ପାଇଁ ନୌସେନା ଏକ ଚୁକ୍ତି କରଯାଇଥିଲା । ଏହାର ବ୍ୟବହାର ସମୁଦ୍ରରେ ଯୁଦ୍ଧ ଅଞ୍ଚଳରେ ହେଲିକପ୍ଟର, ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ସାମରିକ ସାମଗ୍ରୀ ପହଞ୍ଚାଇବାରେ ସାହାଯ୍ୟ କରିଥାନ୍ତି । ସଂସଦରେ ଦିଆଯାଇଥିବା ଏହି ରିପୋର୍ଟରେ ସିଏଜି ନୌସେନା ଉପରେ ପ୍ରଶ୍ନ କରିଛି ଓ କହିଛି ଯେ ଯେତେବେଳେ ନୌସେନାରେ ଏଲପିଡିର ଅଭାବ ଅଛି ତେବେ ଚୁକ୍ତି କାହିଁକି ଠିକ୍ ସମୟରେ ସମାପ୍ତ ହେଲା ନାହିଁ ?
ତେବେ 10 ବର୍ଷ ପରେ ମଧ୍ୟ ଏହି ଚୁକ୍ତି ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ନୌସେନାର ପ୍ରକ୍ରିୟା, ସମୟସୀମା ଏବଂ ଅବହେଳା ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଅଭାବକୁ ଦୂର କରିବା ପାଇଁ ନୌସେନା ସାଧାରଣ ଜାହାଜକୁ ଟ୍ରେନିଂ ଜାହାଜରେ ପରିଣତ କରିଛି କିନ୍ତୁ ଅପରେସନ୍ ସମୟରେ, ସେମାନଙ୍କର ଶକ୍ତି ବହୁତ କମ୍ ।