ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତର ସ୍ଥିତି ମଜବୁତ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିସ୍ଥିତିରେ ଭାରତୀୟ ଗଣମାଧ୍ୟମକୁ ବର୍ତ୍ତମାନ ଗ୍ଲୋବାଲ ହେବାର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ଭାରତୀୟ ଗଣମାଧ୍ୟମକୁ ଗ୍ଲୋବାଲ ହେବାକୁ ମୋଦିଙ୍କ ଆହ୍ବାନ - ଜୟପୁର ପତ୍ରିକା ଗେଟ ଉଦଘାଟନ
ଜୟପୁରରେ ଜବାହରଲାଲ ନେହେରୁ ମାର୍ଗରେ ସମାଚାରପତ୍ର ସମୁହ 'ପତ୍ରିକା' ପକ୍ଷରୁ ନିର୍ମିତ 'ପତ୍ରିକା ଗେଟ'ର ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରତୀୟ ଗଣମାଧ୍ୟମକୁ ବର୍ତ୍ତମାନ ଗ୍ଲୋବାଲ ହେବାର ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ...
ଜୟପୁରରେ ଜବାହରଲାଲ ନେହେରୁ ମାର୍ଗରେ ସମାଚାରପତ୍ର ସମୁହ 'ପତ୍ରିକା' ପକ୍ଷରୁ ନିର୍ମିତ 'ପତ୍ରିକା ଗେଟ'ର ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗଣମାଧ୍ୟମ ଦ୍ବାରା ସରକାରଙ୍କ ଆଲୋଚନା ସ୍ବଭାବିକ ଏବଂ ଏହା ଫଳରେ ଗଣତନ୍ତ୍ର ସୁଦୃଢ ହୋଇଛି ।
ମୋଦି ମହାମାରୀ କୋରୋନାକୁ ନେଇ ଜନସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିବା ସହ ଏହାକୁ ଜନସେବା ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ସ୍ଥାନୀୟ ଉତ୍ପାଦ ଆଜି ଗ୍ଲୋବାଲ ହେଉଛି । ଏହା ସହ ଭାରତ ସ୍ବର ମଧଅୟ ଗ୍ଲୋବାଲ ହେଉଛି । ଏପରିସ୍ଥିତିରେ ସମଗ୍ର ବିଶ୍ବ ଭାରତକୁ ଶୁଣୁଛି । ପ୍ରତ୍ୟେକ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତର ସ୍ଥିତି ସୁଦୃଢ ହେଉଛି । ଏପରିସ୍ଥିତିରେ ଭାରତର ଗଣମାଧ୍ୟକୁ ଗ୍ଲୋବାଲ ହେବାର ଆବଶ୍ୟକତା ଥିବା ନିଜ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।