ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ସ୍ତବ୍ଧ ହୋଇଯାଇଛି ସାରା ବିଶ୍ୱ । ଏବେ ମନରେ ଗୋଟିଏ ପ୍ରଶ୍ନ ଶ୍ରୀଲଙ୍କା ପରେ ଭାରତରେ ବିସ୍ଫୋରଣ ପାଇଁ ଚିନ୍ତା କରୁ ନାହାନ୍ତି ତ ଆତଙ୍କୀ ସଙ୍ଗଠନ । ଶ୍ରୀଲଙ୍କା ସିରିଜ୍ ବିସ୍ଫୋରଣରେ ଆତଙ୍କୀ ସଙ୍ଗଠନ ଆଇଏସଆଇଏସର ହାତ ଥିବା ଜଣାପଡିବା ପରେ ସତର୍କ ହୋଇ ଉଠିଛି ଭାରତୀୟ ତଦନ୍ତକାରୀ ସଂସ୍ଥା ।
ଆଇଏସସ୍ ଆତଙ୍କୀ ସଙ୍ଗଠନ ଉପରେ ଭାରତର କଡା ନଜର
ଶ୍ରୀଲଙ୍କାରେ ଆତ୍ମଘାତୀ ବିସ୍ଫୋରଣ ପରେ ସତର୍କ ହୋଇଉଠଛି ଭାରତୀୟ ଗୁଇନ୍ଦା ବିଭାଗ । ଏହାକୁ ଦୃଷ୍ଆଠିରେ ରଖି ଆତଙ୍କୀ ସଙ୍ଗଠନ ଆଇଏସ୍ ଉପରେ ରଖାଯାଇଛି କଡା ନଜର।
ଭାରତ ଉପରେ ମଧ୍ୟ ସାମ୍ଭାବ୍ୟ ବିପଦ ଥିବାର ଆଶଙ୍କା ରହିଛି । କେଉଁ ସମୟରେ ମଧ୍ୟ ଆତଙ୍କୀ ଭାରତକୁ ଟାର୍ଗେଟ କରି ପାରନ୍ତି । ଏପରିକି ଆଇଏସଆଇଏସ ସଙ୍ଗଠନ ଭାରତୀୟ ଯୁବକଙ୍କୁ ଆକୃଷ୍ଟ କରି ସେମାନଙ୍କର ସଙ୍ଗଠନରେ ଭର୍ତ୍ତି କରିବାରେ ଲାଗି ପଡିଛି । ଗୁଇନ୍ଦା ବିଭାଗ ଏକ ରିପୋର୍ଟରେ ଖୁଲସା ହୋଇଛି, ବର୍ତ୍ତମାନ ସୁଦ୍ଧା ଦେଶରେ ଯେତିକି ଯୁବକ ଆଇଏସଆଇଏସରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶରୁ ଅଧିକ ଅଛନ୍ତି । ଏହି ଆତଙ୍କୀ ସଙ୍ଗଠନ ଯୁବକଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ଆତଙ୍କବାଦୀ କରୁଛି ।
ତଦନ୍ତକାରୀ ସଂସ୍ଥା ସହ ଜଡିତ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ 5 ବର୍ଷ ମଧ୍ୟରେ ତଦନ୍ତକାରୀ ସଂସ୍ଥା 100ରୁ ଊର୍ଦ୍ଧ୍ୱ ଆଇଏସଆଇଏସ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କର ଆକ୍ରମଣ ଯୋଜନାକୁ ପଣ୍ଡ କରିବାରେ ସଫଳ ମଧ୍ୟ ହୋଇଛି।