ଓଡିଶା

odisha

ETV Bharat / bharat

ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଉଚ୍ଚାୟୁକ୍ତର ଗୋପାଲ ବାଗଲେ

ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଉଚ୍ଚାୟୁକ୍ତର ଗୋପାଲ ବାଗଲେ । ଶ୍ରୀଲଙ୍କାର ପ୍ରତିଟି ଦୁଃଖଦ ସମୟରେ ଭାରତ ସହାୟତାର ହାତ ବୋଢାଇବ ବୋଲି ବାଗଲେ ମତ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ ...

By

Published : May 24, 2020, 12:19 AM IST

Indian High Commissioner Gopal Bagley on a visit to Sri Lanka
ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଉଚ୍ଚାୟୁକ୍ତର ଗୋପାଲ ବାଗଲେ

ନୂଆଦିଲ୍ଲୀ: ଭାରତୀୟ ଉଚ୍ଚାୟୁକ୍ତର ଗୋପାଲ ବାଗଲେ ଶନିବାର ଶ୍ରୀଲଙ୍କା ଗସ୍ତରେ ଯାଇ ଅନେକ ସ୍ଥାନ ବୁଲି ଦେଖିଛନ୍ତି । ଏହାପରେ ଗତବର୍ଷ ଶ୍ରୀଲଙ୍କାର ଚର୍ଚ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ବାଗଲେ କୋରୋନା ମୁକାବିଲା ପାଇଁ ଶ୍ରୀଲଙ୍କା ଓ ଭାରତର ସହଯୋଗକୁ ଦୋହରାଇଛନ୍ତି । କୋରୋନା ସହ ଜାରିଥିବା ଏହି ଯୁଦ୍ଧରେ ଭାରତ ୪ ଥରରେ ପାଖାପାଖି ୨୫ ଟନ୍ ଲେଖାଏଁ ଡାକ୍ତରୀ ଉପକରଣ ସହାୟତା ଶ୍ରୀଲଙ୍କାକୁ ଯୋଗାଇ ଦେବାରେ ସଫଳ ରହିଛି ବୋଲି କହିଛନ୍ତି । ଏହାବାଦ୍ ଗତବର୍ଷର ଆତଙ୍କୀ ଆକ୍ରମଣକୁ ନିନ୍ଦା କରିବା ସହ ଏହାକୁ ଗ୍ଲୋବାଲ୍ ଟେରର୍ ର ଆଖ୍ୟା ଦେଇଛନ୍ତି । ଶ୍ରୀଲଙ୍କାର ପ୍ରତିଟି ଦୁଃଖଦ ସମୟରେ ଭାରତ ସହାୟତାର ହାତ ବୋଢାଇବ ବୋଲି ବାଗଲେ ମତ ପ୍ରକାଶ କରିଛନ୍ତି ।

ଶ୍ରୀଲଙ୍କାର ବହୁ ପ୍ରସିଦ୍ଧ ବୁଦ୍ଧଙ୍କ ପୀଠ ଗଂଗାରମୈୟା ମନ୍ଦିର ବି ବାଗଲେ ବୁଲି ଦେଖିଛନ୍ତି । ବାଗଲେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯାଳୟରେ ଯୁଗ୍ମ ସଚିବ ଭାବରେ ମଧ୍ୟ କାମ କରିଛନ୍ତି ଓ ଅନେକ ଥର ବିଦେଶ ଗସ୍ତରେ ବି ପ୍ରଧାନମନ୍ତ୍ରୀଙ୍କ ସହ ଯାଇଛନ୍ତି ।

For All Latest Updates

ABOUT THE AUTHOR

...view details