ଓଡିଶା

odisha

By

Published : Aug 21, 2020, 5:59 PM IST

ETV Bharat / bharat

ଭାଇରାଲ ହେଉଛି ନମସ୍ତେ, ମୋଦିଙ୍କ ଦୁଇ ଗଜ ଦୂରତାକୁ ଅନୁସରଣ କରୁଛି ବିଶ୍ୱ

ଭାରତୀୟ ସଂସ୍କୃତିକୁ ଆପଣାଉଛି ବିଶ୍ୱ । କୋରୋନା କାଳରେ ନମସ୍କାର କରି ଅଭିଭାବଦନ ଜଣାଉଛନ୍ତି ବଡ ବଡ ନେତା ଓ ଅଫିସର । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଇସ୍ରାଇଲ ପ୍ରଧାନମନ୍ତ୍ରୀ, ଫ୍ରାନ୍ସର ପ୍ରଥମ ମହିଳା ପ୍ରମୁଖ ନମସ୍କାର କରି ପରସ୍ପରକୁ ଅଭିବାଦନ ଜଣାଉଥିବା ବେଳେ ଏବେ ଏହି ରେସରେ ସାମିଲ ହୋଇଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ଜର୍ମାନୀର କୁଳପତି ଆଞ୍ଜେଲା ମର୍କେଲ ।

ଭାଇରାଲ ହେଉଛି ନମସ୍ତେ, ମୋଦିଙ୍କ ଦୁଇ ଗଜ ଦୂରତାକୁ ଅନୁସରଣ କରୁଛି ବିଶ୍ୱ
ଭାଇରାଲ ହେଉଛି ନମସ୍ତେ, ମୋଦିଙ୍କ ଦୁଇ ଗଜ ଦୂରତାକୁ ଅନୁସରଣ କରୁଛି ବିଶ୍ୱ

ନୂଆଦିଲ୍ଲୀ: କୋରୋନା କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଦୁଇ ଗଜ ଦୂରତାର ମନ୍ତ୍ର ଏବେ ବିଶ୍ୱର ବଡ ବଡ ନେତାମାନେ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ପରସ୍ପର ସହ ହାତ ନ ମିଳାଇ ଦୁଇ ଗଜ ଦୂରତା ଅବଲମ୍ବନ କରି ନମସ୍କାର କରୁଛନ୍ତି ଚପ ଲିଡର । ନିକଟରେ ଏହି ରେସରେ ସାମିଲ ହୋଇଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ଜର୍ମାନୀର ଚ୍ୟାନସେଲର ଆଞ୍ଜେଲା ମର୍କେଲ ।

ଭାଇରାଲ ହେଉଛି ନମସ୍ତେ, ମୋଦିଙ୍କ ଦୁଇ ଗଜ ଦୂରତାକୁ ଅନୁସରଣ କରୁଛି ବିଶ୍ୱ

ଦୁଇ ୟୁରୋପୀୟ ୟୁନିଅନର ନେତା ଗୁରୁବାର କୋରୋନା ଭୂତାଣୁ ସହ ଜଡିତ ଯାତ୍ରା ପ୍ରତିବନ୍ଧକ ବିଷୟରେ ଆଲୋଚନା କରିଥିଲେ, ସେତେବେଳେ ସେମାନେ ପରସ୍ପରକୁ 'ନମସ୍ତେ' ଅଭିବାଦନ ଜଣାଇଥିଲେ । ସୋସିାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଛି ନମସ୍ତେ, ମୋଦିଙ୍କ ଦୁଇ ଗଜ ଦୂରତାକୁ ଅନୁସରଣ କରୁଛି ବିଶ୍ୱ

ସେହିପରି ଫ୍ରାନ୍ସର ପ୍ରଥମ ମହିଳା ମଧ୍ୟ ଜର୍ମାନ ଚ୍ୟାନସେଲରଙ୍କୁ ଭେଟିବା ସମୟରେ ପରସ୍ପରକୁ ନମସ୍କାର କରୁଥିବା ଦେଖିବାକୁ ମିଳିଛି ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଇଣ୍ଡୋନେସିଆ ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ପରସ୍ପରକୁ ଦୁଇ ଗଜ ଦୂରତା ରକ୍ଷା କରି ନମସ୍ତେ କରୁଥିବା ଦେଖିବାକୁ ମିଳିଥିଲା ।

ଭାଇରାଲ ହେଉଛି ନମସ୍ତେ, ମୋଦିଙ୍କ ଦୁଇ ଗଜ ଦୂରତାକୁ ଅନୁସରଣ କରୁଛି ବିଶ୍ୱ

ସେହିପରି ମାର୍ଚ୍ଚରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରିସ ପ୍ରଧାନମନ୍ତ୍ରୀ ଲିଓ ଭରାଦକର ମଧ୍ୟ ପରସ୍କପରକୁ ଭେଟିବା ସମୟରେ ନମସ୍କାର କରିଥିଲେ । ଯାହାକୁ ଆଇନ ମନ୍ତ୍ରୀ ଟ୍ୱିଟ କରି ଖୁସି ବ୍ୟକ୍ତ କରିଥିଲେ ।

ଭାଇରାଲ ହେଉଛି ନମସ୍ତେ, ମୋଦିଙ୍କ ଦୁଇ ଗଜ ଦୂରତାକୁ ଅନୁସରଣ କରୁଛି ବିଶ୍ୱ

କେବଳ ଏତିକି ନୁହେଁ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଁ ଲୋକଙ୍କୁ ନମସ୍କାର କରିବା ନେଇ ଖୋଦ ଭିଡିଓ କରି ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା ।

ଭାଇରାଲ ହେଉଛି ନମସ୍ତେ, ମୋଦିଙ୍କ ଦୁଇ ଗଜ ଦୂରତାକୁ ଅନୁସରଣ କରୁଛି ବିଶ୍ୱ

ABOUT THE AUTHOR

...view details