ନୂଆଦିଲ୍ଲୀ: OCI କାର୍ଡଧାରୀଙ୍କ ଦୀର୍ଘ ଦିନର ଭିସାକୁ ଅସ୍ଥାୟୀ ସ୍ଥଗିତ ରଖାଯିବା ପ୍ରସଙ୍ଗ । ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ମୁରଲୀଧରନ । ସରକାର ଘୋଷଣା କରିଥିବା ଅର୍ଥନୈତିକ ସଂସ୍କାର ମୂଳକ ପଦକ୍ଷେପରେ ବିନିଯୋଗ କରିବାକୁ ମଧ୍ୟ ପ୍ରବାସୀ ଭାରତୀୟ ସଦସ୍ୟମାନଙ୍କୁ ଆମନ୍ତ୍ରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଖୁବଶୀଘ୍ର OCI ଭିସା ପ୍ରସଙ୍ଗରେ ନିଷ୍ପତ୍ତି ନେବେ ଭାରତ ସରକାର: ମନ୍ତ୍ରୀ ମୁରଲୀଧରନ - OCI ଭିସା ପ୍ରସଙ୍ଗ
ବହୁ ଭାରତୀୟ ନାଗରିକଙ୍କ ସନ୍ତାନଙ୍କ ନିକଟରେ OCI କାର୍ଡଧାରୀ । ଏହି କାର୍ଡଧାରୀଙ୍କୁ ଭିସାକୁ ଅସ୍ଥାୟୀ ରୂପେ ସ୍ଥଗିତ ରଖାଯାଇଛି । ଫଳରେ ଜରୁରୀକାଳିନୀ ସମୟରେ ଏମାନେ ଭାରତ ଫେରୁନାହାଁନ୍ତି । ଯାହାକୁ ନେଇ ଦୀର୍ଘ ଦିନ ଧରି ସମସ୍ୟା ଲାଗି ରହିଥିବାବେଳେ ଏନେଇ ସରକାର ପଦକ୍ଷେପ ନେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ମୁରଲୀଧରନ କହିଛନ୍ତି । ଅଧିକ ପଢନ୍ତୁ...
ଫେଡେରେସନ ଅଫ ଇଣ୍ଡିଆନ ଆସୋସିଏସନ (ଏଫଆଇଏ) ଏବଂ ବିହାର ଝାଡଖଣ୍ଡ ଆସୋସିଏସନ ଅଫ ଉତ୍ତର ଆମେରିକା (BAJNA) ଦ୍ୱାରା ମିଳିତ ଭାବରେ COVID-19 ଉପରେ ଭାରତୀୟ-ଆମେରିକୀୟମାନଙ୍କ ସହିତ ଏକ ଭର୍ଚୁଆଲ୍ ପ୍ୟାନେଲ ଆୟୋଜିତ ହୋଇଥିଲା । ଏହି ଆଲୋଚନାରେ ମୁରଲୀଧରନ ଯୋଗ ଦେଇଥିବାବେଳେ ତାଙ୍କୁ OCI କାର୍ଡଧାରୀଙ୍କ ଉପରେ ପ୍ରଶ୍ନ କରାଯାଇଥିଲା ।
ବହୁ ସଂଖ୍ୟକ ଭାରତୀୟ ନାଗରିକ ଯାହାଙ୍କ ପିଲାମାନେ OCI (ଭାରତର ବିଦେଶୀ ନାଗରିକ) କାର୍ଡଧାରୀ ଏବଂ ଏହି କାର୍ଡ ଥିବା ଭାରତୀୟ ମୂଳରୁ ଅନେକ ଦୀର୍ଘକାଳୀନ ଭିସା ଅସ୍ଥାୟୀ ଭାବରେ ସ୍ଥଗିତ କାରଣରୁ ଜରୁରୀକାଳୀନ ସମୟରେ ଭାରତକୁ ଯାତ୍ରା କରିପାରୁନାହଁନ୍ତି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଅବଗତ ଅଛନ୍ତି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଏ ଦିଗରେ ସେମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି ।